You are currently viewing ଓଡ଼ିଶା ଓ ପଶ୍ଚିମବଙ୍ଗର ଲାୟନ୍ସ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।
ଓଡ଼ିଶା ଓ ପଶ୍ଚିମବଙ୍ଗର ଲାୟନ୍ସ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।

ବ୍ରହ୍ମପୁର , ୨୭/୦୩ – ( ଶ୍ରୀକାନ୍ତ କୁମାର ବେହେରା ) -:- ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜନସେବା ସହ ଓଡ଼ିଶା ଓ ପଶ୍ଚିମବଙ୍ଗର ଲାୟନ୍ସ ଗଭର୍ଣ୍ଣର ରହି ସେବା ପ୍ରଦାନ କରିଥିବା ଜାତୀୟ ସ୍ତରରେ ପ୍ରଶଂସିତ ସୁଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଫେସର ଡ.ନରସିଂହ ଚରଣ ପାଢ଼ୀ ଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରାଯାଇଥିଲା ଏବଂ ଜଣେ ଛାତ୍ର ବତ୍ସଳା ଶିକ୍ଷୟିତ୍ରୀ ଭାବେ ଅତି ଜଣାଶୁଣା ତଥା ଜିଲ୍ଲା ଶିକ୍ଷକ ଶିକ୍ଷୟିତ୍ରୀ ସଂଘର ଉପସଭାପତି ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କୁ.


ତାଙ୍କର କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପରତା ଯୋଗୁଁ
ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। କ୍ଳବ୍ ର ବରିଷ୍ଠ ସଦସ୍ୟ ପୂର୍ବତନ ସଭାପତି ଆର୍.ସି ତଥା ବିଶିଷ୍ଟ ସୁଗାୟକ ସଂଗୀତକାର ଶ୍ୟାମାପ୍ରସାଦ ପାଢୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଭବ୍ୟ ସଂଗୀତ ସମାରୋହ ଅନୁଷ୍ଠିତ ହେଇଥିଲା ସୁଗାୟିକା ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ,ଜ୍ୟୋତ୍ସ୍ନାମୟୀ ଦାସ, ଏବଂ ଶିଶିର କୁମାର ଦାସ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲାୟନ୍ସ କ୍ଳବ୍ ସିଲ୍କ,ବ୍ରହ୍ମପୁର ଲାୟନ୍ସ କ୍ଳବ୍ ଗ୍ୟାଲେକ୍ସି ଏବଂ କବିସୂର୍ଯ୍ୟ ନଗର ଲାୟନ୍ସ କ୍ଳବ୍ ର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ଏହି ଅଧିବେଶନରେ ଅବସରପ୍ରାପ୍ତ ଅଧ୍ୟକ୍ଷା ଲାୟନ୍ସ ସଂଗୀତା ବାବୁ ,ଲାୟନ୍ହ ଡ ପୁଷ୍ପାଞ୍ଜଳି ଫଢାଳ, ଲାୟନ୍ସ ଦେବୀପ୍ରଭା ରଥ ଲାୟନ୍ସ ଡିଲେଶୁ ରେଡ୍ଡୀ,ଲାୟନ୍ସ ଅଭିରାମ ସାହୁ,ଲାୟନ୍ସ ଅମର କୁମାର ପାତ୍ର, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଧିବକ୍ତା ତଥା ସାମ୍ବାଦିକ ସୁଦୀପ କୁମାର ସାହୁ, ସାହିତ୍ୟିକ ଦୀନବନ୍ଧୁ ଶ୍ରୀପଲ୍ଲବ ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଲାୟନ୍ସ ସଦସ୍ୟ ସଦସ୍ୟା ବ୍ରହ୍ମପୁର ସହରର ପ୍ରମୁଖ ବୁଦ୍ଧିଜୀବୀ ଶିକ୍ଷାବିତ ଉପସ୍ଥିତ ଥିଲେ।ଲାୟନ ଅମର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଲାୟନ୍ସ ଶିଶିର କୁମାର ଦାସ ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ