You are currently viewing ଉଠ ! ଜାଗ !! ଅମୃତ ମହୋତ୍ସବ ଯାତ୍ରା ସଫଳ ନିମନ୍ତେ ପ୍ରସ୍ତୁତି ବୈଠକ।
ଉଠ ! ଜାଗ !! ଅମୃତ ମହୋତ୍ସବ ଯାତ୍ରା ସଫଳ ନିମନ୍ତେ ପ୍ରସ୍ତୁତି ବୈଠକ।

ବ୍ରହ୍ମପୁର (୯/୧)
ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ ବ୍ରହ୍ମପୂର୍ ଶାଖା ତରଫରୁ ବ୍ରିଟ କଲୋନୀ କେନ୍ଦ୍ର କାର୍ଯ୍ୟାଳୟ ରେ ଯୁବ ସପ୍ତାହ ଶେଷ ଭାଗରେ ଅର୍ଥାତ୍ ୧୮ ଜାନୁଆରୀ ରେ କନ୍ୟାକୁମାରୀ ରୁ ବାହାରି ଭାରତର ବିଭିନ୍ନ ପ୍ରାନ୍ତ ପରିଭ୍ରମଣ କରି ଉଠ ! ଜାଗ !! ଅମୃତ ମହୋତ୍ସବ ଯାତ୍ରା ତଥା ସ୍ବାମୀ ବିବେକାନନ୍ଦ ଙ୍କ ରଥ କୁ ବ୍ରହ୍ମପୁର ରେ ସ୍ୱାଗତ ଓ ଜନଜାଗରଣ ନିମନ୍ତେ ନଗର୍ପରିକ୍ରମ ଓ ସନ୍ଧ୍ୟାରେ ଟାଉନ ହଲ ଠାରେ ସାଧାରଣ ସଭା କୁ ସଫଳ କରିବା ନିମନ୍ତେ ଅଭ୍ୟର୍ଥନା କମିଟିର ଚୁଡାନ୍ତ ପ୍ରସ୍ତୁତି ବୈଠକ ସନ୍ଧ୍ୟା ରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ଭଞ୍ଜ ବିଭାଗ ସଂଚାଳକ ଡ଼, ସଚ୍ଚିଦାନନ୍ଦ ପାତ୍ର ଏବଂ ନଗର ପ୍ରମୁଖ ଡ଼ ଗୋପାଳ କୃଷ୍ଣ ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇ ଚୁଡାନ୍ତ ସମୀକ୍ଷା କରାଯାଇଥିଲା । ୧୭ ତାରିଖ ସନ୍ଧ୍ୟା ୭ରେ ରଥକୁ ଗୋଷାଣୀ ନୂଆଗାଁ ଠାରେ ସ୍ବାଗତ କରାଯିବ ଓ ୧୮ ତାରିଖ ସକାଳ ୮.୧୫ ମିନଟ ରେ ଗୋଷାଣୀ ନୂଆଗାଁ ସରସ୍ଵତି ଶିଶୁ ମନ୍ଦିର ଠାରେ ବିଶିଷ୍ଟ ଅତିଥି ଓ ଯୁବ ବର୍ଗ, ଛାତ୍ର ଛାତ୍ରୀ ମାନକ ଗହଣରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ବିଜପୁର, ଖଲ୍ଲିକୋଟ କଲେଜ ଛକ, ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଛକ, ବିଜୁ ପଟ୍ଟନାୟକ ପାର୍କ ରୋଡ, ଆସ୍କା ରୋଡ଼ ଦେୟୀ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିବ । ସନ୍ଧ୍ୟା ୬ ଘଟିକା ରେ ଟାଉନ ହଲ ଠାରେ ଅଭ୍ୟର୍ଥନା କମିଟି ତରଫରୁ ଅନୁଷ୍ଠିତ ସାଧାରଣ ସଭାରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଉପ ସଭାନେତ୍ରୀ ପଦ୍ମ ଶ୍ରୀ ମାନନୀୟ। ନିବେଦିତା ରଘୁନାଥ ଭିଦେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାରଗର୍ଭ ଭାଷଣ ପ୍ରଦାନ କରିବେ। ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. , ଶ୍ରବଣ ବିଭେକ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ନଗର ପରିକ୍ରମା ସମୟରେ ରଥକୁ ବିଭିନ୍ନ ଜାଗାରେ ସହର ର ଅନୁଷ୍ଠାଗୁଡିକୁ ତରଫରୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ରେ ସକ୍ରୀୟ ଅଂଶଗ୍ରହଣ ନିମନ୍ତେ ବିବେକାନନ୍ଦ କେନ୍ଦ୍ର ଓ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ସାବତ ଅନୁରୋଧ କରିଛନ୍ତି । ବୈଠକ ରେ କେନ୍ଦ୍ର ସଦସ୍ୟ ଓ ସଦସ୍ୟା ଙ୍କ ସମେତ ଡ଼,. ସଙ୍କର ମାଝୀ, ବିଶିଷ୍ଟ ସମାଜ ସେବୀ ଲକ୍ଷ୍ମୀ ନାରାୟଣ ନାୟକ, ନରହରି ଡାଭେ , ଜୀବନ ଦାଶ କର , ଡ ଦେବାନନ୍ଦ ଦାସ, ନାରାୟଣ ପଣ୍ଡା, , ଟି ରାମାରାଓ ସୁବୁଦ୍ଧି, ମିଳନ ସିଂ, ସନ୍ଧ୍ୟରାନି ପଟନାୟକ,କେଦାର ନାଥ ପଣ୍ଡା, ସଂଘ ସଂଚାଳକ ସନ୍ତୋଷ କୁମାର ସାହୁ, ସାମନ୍ତ ଏକାଡେମିର ଦେବେଶ ସାମନ୍ତ ରାୟ,, ବାଳକୃଷ୍ଣ ସାମନ୍ତ, ସମାଜ ସେବୀ ବିଷ୍ଣୁ ସୁବୁଦ୍ଧି, ନଳିନୀ କୁମାର ପାଣିଗ୍ରାହୀ, ଗୋଷାଣୀ ଗାଁ ଶିଶୁମନ୍ଦିର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ମିଲନ ସିଂହ, ନରସିଂହ ଡାକୁଆ, ମା ସରସ୍ୱତୀ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଓ ବିଭିନ୍ନ ସଂଘର୍୫୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦାନ କରି ବିବେକାନନ୍ଦ ରଥ ର ଭବ୍ୟ ସ୍ଵାଗତ, ବିବେକାନନ୍ଦ ବାଣୀ ର ପ୍ରଚାର ପ୍ରସାର ସଚେତନତା ନିମନ୍ତେ ଶୃଙ୍ଖଳା ର ସହ ସହର ପରିକ୍ରମା , ଖାଦ୍ୟ ପେୟ, ଉପଯୁକ୍ତ ସମ୍ବର୍ଦ୍ଧନା, ଓ ସାଧାରଣ ସଭାର ଆୟୋଜନ ଆଦିର ଶୃଙ୍ଖଳିତ ପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା । ଏ ହାର ସୁପରିଚାଳନା ନିମନ୍ତେ ବିବିଧ କମିଟି ଗଠନ କରି ଦାୟିତ୍ୱ ଅର୍ପଣ କରାଯାଇଥିଲା ଶେଷରେ ନିଲାକ୍ଷୀ ଦିଦି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।