You are currently viewing ବାତଜ୍ଵର ନିମନ୍ତେ ରାତ୍ରୀକାଳୀନ ରକ୍ତ ସଂଗ୍ରହ ଶିବିର ।
ବାତଜ୍ଵର ନିମନ୍ତେ ରାତ୍ରୀକାଳୀନ ରକ୍ତ ସଂଗ୍ରହ ଶିବିର ।

କୋଦଳା – କୋଦଳା ଏନ ଏ ସି ଅନ୍ତର୍ଗତ ୧୦ ନଂ ୱର୍ଡ୍ ରେ ଗତକାଲି ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବାତଜ୍ୱର୍ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ମୋଟ ୩୦୦ ଜଣଙ୍କ ରକ୍ତ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ଥିବାବେଳେ ମାତ୍ର ୨୪୫ ଜଣଙ୍କ ରକ୍ତ ସଂଗ୍ରହ ହୋଇଥିଲା । ଆଉ ବାକି ରକ୍ତ ସଂଗ୍ରହ ଅନ୍ୟ ଦିନରେ ସମ୍ପୁର୍ଣ୍ଣ କରାଯିବ ବୋଲି ଜଣାପଡିଛି । ସରକାର ଙ୍କ ଏହା ଏକ ଜନହିତକାରି ଯୋଜନା , ଲୋକମାନେ ବିନାମୂଲ୍ୟରେ ଏହି ସୁବିଧା ପାଇପାରିବେ । ଏହି କାର୍ଯ୍ୟକ୍ରମ ରେ ମସାବାହିକ ରୋଗ ବୈଶୈଇକ ପରିଦ୍ରସକ ନିଗମ ପ୍ରସାଦ ମୁନି , ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ ବନମାଳୀ ସେଠୀ , ବହୁମୁଖି ମହିଳା ସ୍ୱାସ୍ଥ୍ୟ କର୍ମୀ ଦମୟନ୍ତୀ ତରାଇ , ଏ ଲ୍ ଟି ରାଜ୍ କୁମାରୀ ପାତ୍ର , ସୁକାନ୍ତ ନାୟକ , ଅଶୋକ କୁମାର ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।