ବେଲଗୁଣ୍ଠା,17/11,ବିଭିନ୍ନ ଦାବି ପୁରାଣ ପାଇଁ ଆସନ୍ତା ନଭେମ୍ବର 21 ତାରିଖରୁ ଭାରତୀୟ ମଜଦୁର୍ ସଂଘ ଭୁବନେଶ୍ୱରର ଠାରେ ଆନ୍ଦୋଳନ ଡ଼ାକରା ଦେଇଛି I ସଂଘର ଏହି ଆନ୍ଦୋଳନରେ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିସ୍ ୱାର୍କର୍ସ ଆସୋସିଏସନ ଯୋଗ ଦେବେ I ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିସ୍ ୱାର୍କର୍ସ ଆସୋସିଏସନ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ଆନ୍ଦୋଳନରେ ଯୋଗ ଦେବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି I ଏହି ସମ୍ପର୍କରେ ସଂଘ ତରଫରୁ ଏକ ସ୍ମାରକ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହିତ ଏହାର ଏକ କିତା ନକଲ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ପ୍ରଦାନ କରାଯାଇଛି I ଆନ୍ଦୋଳନ ସମୟରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବା ସହିତ କେନ୍ଦ୍ରରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି I ସଂଘ ସଭାନେତ୍ରୀ କବିତା କୁମାରୀ ସାହୁ ଏବଂ ସମ୍ପାଦିକା ମମତା କୁମାରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବେଲଗୁଣ୍ଠା ବ୍ଳକ୍ ର ବହୁ ଅଙ୍ଗନୱାଡ଼ି କର୍ମୀ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ

