ବେଲଗୁଣ୍ଠା, 10/02, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ବନାଞ୍ଚଳ ଜାଳିଆମ୍ବା ସେକ୍ସନ ଅନ୍ତର୍ଗତ କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ପକ୍ଷରୁ ବନାଞ୍ଚଳ ସ୍ତରୀୟ ବନାଗ୍ନି ପ୍ରଶମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ସଭାପତି ଶରତ୍ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା,ଅବସରପ୍ରାପ୍ତ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ, ବନପାଳ ଶରତ୍ କୁମାର ମହାନ୍ତି, କୋର୍ଡିନେଟର ସନ୍ତୋଷ କୁମାର ଡାକୁଆ, ପ୍ରଶାନ୍ତ କୁମାର ସାହୁ, ଏନ୍ଜିଓ ଡିଓ କୁମାରୀ ଏକତା ସାହୁ, ବନରକ୍ଷୀ ସନ୍ତୋଷ କୁମାର ଗୌଡ଼, ରଶ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ଏବଂ ଜଙ୍ଗଲର ଜୀବଜନ୍ତୁଙ୍କୁ କିପରି ଅଗ୍ନି ଦାଉରୁ ରକ୍ଷା କରାଯାଇପାରିବା ସେ ସମ୍ପର୍କରେ ଆଲୋଚନା କରିଥିଲେ I ବନପାଳ ଶରତ୍ କୁମାର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ
