You are currently viewing ବିଭିନ୍ନ ସ୍ଥାନରେ ଜାତୀୟ ଯୁବ ଦିବସ ପାଳିତ
ବିଭିନ୍ନ ସ୍ଥାନରେ ଜାତୀୟ ଯୁବ ଦିବସ ପାଳିତ

ବେଲଗୁଣ୍ଠା, 12/01, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଏହା ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ମୁଖ୍ୟ ବକ୍ତା ଭାବେ ସନ୍ତୋଷ କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଡ.ପ୍ରଫୁଲ୍ଲ କୁମାର ଜେନା, ସପନ କୁମାର ପ୍ରଧାନ ଏବଂ ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଅଧ୍ୟାପକ ସପନ କୁମାର ପ୍ରଧାନ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା ଅତିଥି ସ୍ୱାଗତ କରିଥିଲେ I ଉପସ୍ଥିତ ଅତିଥି ମାନେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ କର୍ତ୍ତବ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ I ଅଧ୍ୟାପକ ଶ୍ରୀ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ I ସେହିପରି କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଲବ, ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି |ଜ଼ିଲ୍ଲା ଏଡ଼ସ ନିୟନ୍ତ୍ରଣ ସମିତି ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସଭାପତିତ୍ୱ କରି ଛାତ୍ର ଛାତ୍ରୀ ମାନଙ୍କୁ ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ |ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ଥାନା ଇନିସପେକଟର ଶୁଭ୍ରଜିତ ସାମନ୍ତରାୟ ଯୋଗ ଦେଇ ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବା ପାଇଁ ପରାମର୍ଶ ଦେଇଥିଲେ |ମୁଖ୍ୟବକ୍ତା ସାମ୍ବାଦିକ ରତ୍ନାକର ସାହୁ, ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଏବଂ କୁମୁଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ଜୋଗଦେଇଥିଲେ ।|ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଟକ, ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା |ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା |ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ଧନ୍ୟବାଦ ଦେଇଥିଲେ |ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପକ ମହେଶ୍ୱର ରାଉତ ସଂଯୋଜନା କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ସ୍ୱରୂପ|ରାଣୀ ବିଶ୍ୱାଳ, ସନ୍ତୋଷୀ ପରିଡା, ପିଙ୍କି ପଲାଇ, ସ୍ନିଗ୍ଧା ରାଣୀ ଗୌଡ଼, ରୁପାଲୀ ବିଶୋଇ, ଭାରତୀ ବିଶ୍ୱାଳ, ସଞ୍ଜୟ ସାହୁ, ପି ଦୀପକ ରାଓ, ଦେଵେଶ ଚନ୍ଦ୍ର ମହାପାତ୍ର, ଗଙ୍ଗାଧର ରଣା, ରମେଶ ଚନ୍ଦ୍ର ରାଉତ, ସିମାଞ୍ଚଳ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ |
ରିପୋର୍ଟ-ଶିବରାମ ଚୌଧୁରୀ