ବିଜୁ କଲ୍ୟାଣ ମଣ୍ଡପ ବସ୍ତି ଠାରେ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ଦୋଳ ପୂର୍ଣ୍ଣିମା ଅବସରରେ ବସ୍ତିବାସିନ୍ଦା ପାଖକୁ ଯାଇ ହୋଲି ପାଳନ କରିଛନ୍ତି। ଏଥିରେ ବସ୍ତି ରେ ଥିବା ସମସ୍ତ ଛୋଟ ଛୋଟ ପିଲା ଏକାଠି ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଛି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରାଯାଇ ପୁରସ୍କାର ମାଧ୍ୟମ ରେ ପିଚକାରୀ ଏବଂ ହୋଲି ବଣ୍ଟନ କରାଯାଇଅଛି। ବସ୍ତି ରେ ଥିବା ସମସ୍ତ ପରିବାର ଏହି କାର୍ଯକ୍ରମରେ ସହଯୋଗ କରିଥିଲେ। ତା ସହ ମିଠେଇ ବଣ୍ଟନ ମଧ୍ୟ କରାଯାଇଅଛି। ଶେଷ ରେ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ବସ୍ତି ପିଲାଙ୍କ ସହ ହୋଲି ମଧ୍ୟ ଖେଳିଛନ୍ତି। । ଏହି କାର୍ଯ୍ୟ ପାଇଁ ଆମ ସାତ୍ତ୍ୱିକ ସୋଲ ବ୍ରହ୍ମପୁର ଟିମର ଜିଲ୍ଲା ସଂଯୋଜକ ଭରତ ଗୌରବ ଦାସ ସହ ଅନ୍ୟ ସଦସ୍ୟ ମାନେ ସୁନୀତା ନାୟକ,, ଜସ୍ମିନ ନିଶା, ଶିବାନୀ ପାଢ଼ୀ,ସାମୁଏଲ୍,ତୋଫାନ,ନରେନ୍ଦ୍ର,ରାଜ, ପ୍ରେରଣାମୟି, ଶ୍ରିହରି, ପ୍ରିୟଙ୍କା, ପୂର୍ଣ୍ଣିମା ପ୍ରମୁଖ ଭାବେ ଯୋଗ ଦେଇଥିଲେ।


