You are currently viewing ପୁରୁଷୋତ୍ତମପୁର ସହର ରେ କୃଷି ବିଭାଗ ଓ କୃଷକ ସଙ୍ଘ ଙ୍କ ଦ୍ୱାରା ଅଖିମୁଠି ଅନୁକୂଳ,
ପୁରୁଷୋତ୍ତମପୁର ସହର ରେ କୃଷି ବିଭାଗ ଓ କୃଷକ ସଙ୍ଘ ଙ୍କ ଦ୍ୱାରା ଅଖିମୁଠି ଅନୁକୂଳ,

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ରେ ଥିବା ସ୍ବପ୍ନେଶ୍ବର ମନ୍ଦିର ନିକଟସ୍ଥ ଏକ ଜମିରେ ସ୍ଥାନୀୟ କୃଷି ବିଭାଗ ଓ ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ମିଳିତ ସହଯୋଗରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଆଜି ସକାଳେ ପୁର୍ବ ପ୍ରସ୍ତୁତି ଲଗ୍ନ ଅନୁସାରେ 7ଘଣ୍ଟ ସମୟରେ ମା ଅର୍ଣ୍ଣପୂର୍ଣ୍ଣା ଙ୍କ ପୁଜା ସହିତ ଅନ୍ୟାନ୍ୟ ଦେବଦେବୀଙ୍କୁ କର୍ତ୍ତା ଓ ପୁରୋହିତ ଙ୍କ ଉପସ୍ଥିତି ସହିତଅନ୍ୟ କର୍ମକର୍ତ୍ତା ଙ୍କ ସହଯୋଗ ରେ ପୁଜା ଆରମ୍ଭ କରାଯାଇ ଥିଲା | ପୁଜା ପରେ ସମସ୍ତେ ପୁଷ୍ପା ଞ୍ଜଳୀ ଦେଇ ଚାଷୀ ମାନଙ୍କ ଏହିବର୍ଷ ଭଲ ଫଳ ପ୍ରଦାନ କରିବାକୁ ମାତା ଲକ୍ଷ୍ମୀ ସହ, ଇନ୍ଦ୍ର, ସୂର୍ଯ୍ୟ,ବାୟୁ, ଦେବତାଙ୍କୁ ଗୁହାରି କରିଥିଲେ | ପୂର୍ବରୁ ସୁସଜ୍ଜିତ ହୋଇ ରହିଥିବା ହଳ ଲଙ୍ଗଳ ଓ ବଳଦ, ଏବଂ ଚାଷୀ ମାନେ ଅତିଥି ମାନଙ୍କୁ ଅପେକ୍ଷା କରିଥିଲେ | ଏହି ଆଖିମୁଠିକୁ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ବିଜୟ କୁମାର ବେହେରା, ବ୍ଳକ କୃଷି ଅଧିକାରୀ ପ୍ରମୋଦ କୁମାର ମହାପାତ୍ର, ଙ୍କ ସହିତ ସ୍ଵପ୍ନେଶ୍ଵର କୃଷକ ସଙ୍ଘର ସଭାପତି y ମକୁନ୍ଦ ରାଓ, ସମ୍ପାଦକ କିଶୋର ଚନ୍ଦ୍ର ଶାସମାଲ, ଉପଦେଷ୍ଟା ରମେଶ ଚନ୍ଦ୍ର ଗୌଡ଼ ମଧ୍ୟ ଉପସ୍ଥିତ ରହି ଠିକ ସମୟ ରେ ଅଖିମୁଠି ବିଡ଼ିଓ ବିଜୟ କୁମାର ବେହେରା( ଧାନ )ବୁଣିଥିଲେ ଓ ହଳ କରିଥିଲେ | ନିଜେ ତହସିଲଦାର ଧାନ ବୁଣିବା ସହ ହଳ ମଧ୍ୟ କରିଥିଲେ |ଏହାପରେ କୃଷି ଅଧିକାରୀ ପ୍ରମୋଦ କୁମାର ମହାପାତ୍ର, ସଭାପତି, ସମ୍ପାଦକ, ଉପଦେଷ୍ଟା ଙ୍କ ସହ ସ୍ଥାନୀୟ କୃଷକ ମାନେ ହଳ କରିବା ସହ ଧାନ ବୁଣିଥିଲେ । ଆଜିର ଦିନରେ ଧାନ ବୁଣିଲେ ଭଲ ଅମଳ ହୁଏ ବୋଲି ବିଶ୍ବାସ ରହିଛି


ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କରାଯାଉଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର କୃଷି ଓ କୃଷକର କିଭଳି ଉନ୍ନତି ଘଟିବ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା କୃଷକ ମାନଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି ସେ ନେଇ କୃଷକ ମାନଙ୍କୁ ସୂଚନା ଦିଆଯାଇଥିଲା । ଏହାସହିତ କିଭଳି ଚଳିତ ବର୍ଷ ଭଲ ଅମଳ ହୋଇପାରିବ ସେ ନେଇ ମଧ୍ୟ ରାଜ୍ୟ ସରକାର ଓ କୃଷି ବିଭାଗ ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । କାହାରି କିଛି କୃଷି ଜନିତ ସମସ୍ୟା ହୁଏ ତେବେ ତାହାର ସମାଧାନ କରିବା ନିମନ୍ତେ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ତହସିଲଦାର ଓ ବିଡ଼ିଓ |


ଆଜି ହେଉଛି ଏକ ଶୁଭ ଦିନ । ଆଜିର ଦିନରେ ପୁରୀ ରଥଯାତ୍ରା ନିମନ୍ତେ କାଠ ଅନୁକୂଳ ହୋଇଥାଏ । ଏହିଦିନ ପ୍ରଭୁ ଭଗବାନ ତାଙ୍କ ଷଷ୍ଠ ଅବତାର ପର୍ଶୁରାମ ରୂପରେ ଜନ୍ମ ନେଇଥିଲେ | ଏହିଦିନ ଗଙ୍ଗା ଧରା ପୃଷ୍ଟକୁ ଅବତରଣ କରିଥିଲେ କଥିତ ଅଛି ଏହିଦିନ କୃଷ୍ଣ ସୁଦାମା ଙ୍କର ବନ୍ଧୁତ୍ୱରମିଳନ ହୋଇଥିଲା | ବ୍ୟାସ ଏହିଦିନ ତାଙ୍କ ଲେଖା ଆରମ୍ଭ କରିଥିଲେ, ସମ୍ବଲପୁର ର ଶୀତଳ ଷଷ୍ଠୀ ଯାତ୍ରା ଏହିଦିନ ଠାରୁ ଆରମ୍ଭ, ଜଗନ୍ନାଥ ଙ୍କ ଦ୍ଵାଦଶ ଯାତ୍ରା, ଚନ୍ଦନ ଯାତ୍ରା ଏହି ଦିନରୁ ଆରମ୍ଭ ହୋଇଛି ସେହିପରି ଅଖିମୁଠି ମଧ୍ୟ ଅନୁକୂଳ ହୋଇଛି । ଆଜିର ଦିନରେ ଚାଷ କାର୍ଯ୍ୟ କଲେ ଭଲ ଅମଳ ହୋଇଥାଏ ବୋଲି ବିଶ୍ଵାସ ରହିଛି ।ଆଉ ଏହି ବିଶ୍ବାସକୁ ନେଇ ଆଜି ଅତିଥି ମାନଙ୍କ ହାତରେ ଅଖିମୁଠି ଅନୁକୂଳ କରାଯାଇଛି ବୋଲି କହିଛନ୍ତି ଚାଷୀ


ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟା ଦିନରେ ଅଖିମୁଠି ଅନୁକୂଳ କରାଯାଇଥିବା ବେଳେ ଚଳିତ ବର୍ଷ ଭଲ ବର୍ଷା ହେବା ସହ ଭଲ ଅମଳ ହେବା ନେଇ ଆଶାବାଦୀ ଅଛନ୍ତି ଚାଷୀକୂଳ । ଆଜିର ଏହି କାର୍ଯ୍ୟକ୍ରମ ରେ ବହୁ ଚାଷୀ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସଭାପତି ନରସିଂହ ପଣ୍ଡା, କୃଷି ବିଭାଗ ର ଭି ଏଲ ଡବ୍ଲୁ ବୈରାଗୀ ଚରଣ ସ୍ବାଇଁ, ବହୁତ ବୁଦ୍ଧିଜୀବୀ, ଓ ଚାଷୀ ପ୍ରତିନିଧି ମାନେ ଉପସ୍ଥିତ ରହି ଏହିକାର୍ଯ୍ୟ କରିଥିଲେ | _ ରିପୋର୍ଟ ପ୍ରସନ୍ନ କୁମାର ଦାସ