You are currently viewing ଘରୋଇ ଡାକ୍ତରଖାନା ଗୁଡିକୁ ଓଡିଶା ସରକାରଙ୍କର ପ୍ରୋତ୍ସାହନ ନାହିଁ, ବରଂ ବୈମାତୃକ ମନୋଭାବ
ଘରୋଇ ଡାକ୍ତରଖାନା ଗୁଡିକୁ ଓଡିଶା ସରକାରଙ୍କର ପ୍ରୋତ୍ସାହନ ନାହିଁ, ବରଂ ବୈମାତୃକ ମନୋଭାବ

୧୯୯୨ ମସିହାର ଓଡିଶାରେ କ୍ଲିନିକାଇ ଏଷ୍ଟାବ୍ଲିଶମେଟ ଆଇନ ଆସିବା ପରଠାରୁ ଘରୋଲଡାକ୍ତରଖାନା ଗୁଡିକ ସରକାରଙ୍କର ବିଭିନ୍ନ ପରିବ ନ ନୀତି ଫଳରେ ପଂଜୀକରଣରେ ପ୍ରତିବର୍ଷ ଅଧିକରୁ ଅଧ୍ବଜ ସମସ୍ୟା ଆସି ଏହା ଏକ ଦୁରୁହ ବ୍ୟାପାରରେ ପରିଣତ ହେଲାଣି । ତାହାର କାରଣ ସରକାରଙ୍କର ଦୂରଦୃଷ୍ଟିର ଅଭାବ
ନିଜସ୍ୱ ସରକାରୀ ଡାକ୍ତରଖାନା ଗୁଡିକୁ ଭାରତର ଅନ୍ୟାନ୍ୟ ରାଜ୍ୟ ପରି ଶୃଖଳିତ ଫାୟାର ନିୟମ ଏବଂ ପ୍ରଦୂଷଣ ନିୟମ ଅନୁସାରେ କ୍ଲିନିକାଲ ଏଷ୍ଟାବ୍ଲିଶମେ’ଟ ଭାବରେ ପଂଜୀକରଣ କରୁନାହାନ୍ତି । ଫଳରେ ସେଗୁଡିକର ମାନ ସମସ୍ତେ ନିର୍ଦ୍ଧାରଣ କରିପାରିବେ । ଅପର ପକ୍ଷରେ ପ୍ରଦୂଷଣ ନିୟମ ଆସିଲା, ବେସରକାରୀ ଡାକ୍ତରଖାନା ଏଥିକୁ ଯୋଗ୍ୟ ହେବାକୁ ଅନେକ ବର୍ଷ ଲାଗିଲା; ପୁଣି ଥରେ ଫାୟାର ନିୟମ ଆସିଲା, ପାଂଚବର୍ଷ ଲାଗିଲା ନିୟମ ହେବାକୁ, ତା ଭିତରେ ବେସରକାରୀ ଡାକ୍ତରଖାନାରେ ଜୁଲମ୍ । ଏବେ ସବୁ ସରିଲେ ବି ଫାୟାର ସହ ପୁଣି ଘରନିର୍ମାଣ ବିଧ‌ି ପ୍ଲାନ ଆପ୍ରଭାଲ ନହେଲେ ଫାୟାର କ୍ଲିଅରାନ୍ସ ଦିଆଯିବନି । ଏମିତି ନିୟମର ଅନ୍ତ ନାହିଁ । ତାହା କେବଳ ବେସରକାରୀ ଡାକ୍ତରଖାନା ପାଇଁ । ଯଦି ସରକାର ନିଜ ଡାକ୍ତରଖାନାର ମାନ ବୃଦ୍ଧିକରି କ୍ଲିନିକାଲ ଏଷ୍ଟାବ୍ଲିଶମେଟ ଭାବରେ ପଂଜୀକରଣ କରନ୍ତେ, ତେବେ ବୋଧହୁଏ ସବୁ ନିୟମ ତ୍ବରାନ୍ବିତ ହୋଇ ପାରନ୍ତା ।

୨. ଯେତେବେଳେ ସ୍ଵାସ୍ଥ୍ୟସମସ୍ୟା ଆସୁଛି, ଯେତେବେଳେ କୋଲିଡ୍ ମହାମାରୀ ମାଜି ଆସୁଛି, ସରକାର ଏହି ବେସରକାରୀ ଡାକ୍ତରଖାନାକୁ ମୁହାଁଉଛନ୍ତି । ତେବେ ଏମିତି ପଂଜୀକରଣରେ ଅସୁବିଧା କାହିଁକି ?

୩. ଲୋକାଭିମୁଖୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସରକାର ନିଜ ସରକାରୀ ଡାକ୍ତରଖାନା ଭିତରେ ସୀମିତ ରଖ୍ କରିପାରିବାର ଶକ୍ତି ନିଶ୍ଚୟ ରହିଛି । ତେବେ ପୁଣି ବେସରକାରୀ ଡାକ୍ତରଖାନା ଗୁଡିକ ସହିତ ଏମ୍.ୟୁ. କାହିଁକି ? ଯଦିବା କରାଗଲା, ଏମିତି ରେଫରାଲ ବୋଲି ଗୋଟିଏ ଅସୁବିଧାଜନକ ସର୍ତ କାହିଁକି ? ସରକାରୀ ଡାକ୍ତରଖାନାର ସିଡିଏମଓ ରେଫର୍ କଲେ ଜଟିଳ ହାର୍ଡିଆ ରୋଗୀର ଚିକିତ୍ସା ବେସରକାରୀ ଡାକ୍ତରଖାନାରେ ହେବ । ବରଂ ସରକାର ସେହି ରେଫରାଲ୍ ସିଷ୍ଟମ୍ ଉଠାଇଦେଇ ନିଜେ ସରକାରୀ ଡାକ୍ତରଖାନାରେ ଜରୁରୀ ଚିକିତ୍ସା କରାଇ ପାରିବେ ।

୪. ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଆବଶ୍ୟକ ବହୁସଂଖ୍ୟକ କାଗଜପତ୍ର ଅସମ୍ଭବ ହେଉଛି । ଅପରେସନ୍ ଏବଂ ଚିକିତ୍ସାର ଆର୍ଥିକ ପରିମାଣ ଏତେ କମ୍ ଯେ, ଅନେକ ଅପରେସନ୍ ସମ୍ଭବ ନୁହେଁ । ଏହାର ତୁରନ୍ତ ପରିବର୍ତନ ଆବଶ୍ୟକ । ଏମିତ ପୂର୍ବରୁ ସରକାରୀ ବୀମା ନିୟମରେ ବେସରକାରୀ ଡାକ୍ତରଖାନା ଗୁଡିକର ଲକ୍ଷ ଲକ୍ଷ ଟଙ୍କାର ଅର୍ଥ ଅଦ୍ୟାବଧୂ ମିଳିନାହିଁ ।