୧୯୯୨ ମସିହାର ଓଡିଶାରେ କ୍ଲିନିକାଇ ଏଷ୍ଟାବ୍ଲିଶମେଟ ଆଇନ ଆସିବା ପରଠାରୁ ଘରୋଲଡାକ୍ତରଖାନା ଗୁଡିକ ସରକାରଙ୍କର ବିଭିନ୍ନ ପରିବ ନ ନୀତି ଫଳରେ ପଂଜୀକରଣରେ ପ୍ରତିବର୍ଷ ଅଧିକରୁ ଅଧ୍ବଜ ସମସ୍ୟା ଆସି ଏହା ଏକ ଦୁରୁହ ବ୍ୟାପାରରେ ପରିଣତ ହେଲାଣି । ତାହାର କାରଣ ସରକାରଙ୍କର ଦୂରଦୃଷ୍ଟିର ଅଭାବ
ନିଜସ୍ୱ ସରକାରୀ ଡାକ୍ତରଖାନା ଗୁଡିକୁ ଭାରତର ଅନ୍ୟାନ୍ୟ ରାଜ୍ୟ ପରି ଶୃଖଳିତ ଫାୟାର ନିୟମ ଏବଂ ପ୍ରଦୂଷଣ ନିୟମ ଅନୁସାରେ କ୍ଲିନିକାଲ ଏଷ୍ଟାବ୍ଲିଶମେ’ଟ ଭାବରେ ପଂଜୀକରଣ କରୁନାହାନ୍ତି । ଫଳରେ ସେଗୁଡିକର ମାନ ସମସ୍ତେ ନିର୍ଦ୍ଧାରଣ କରିପାରିବେ । ଅପର ପକ୍ଷରେ ପ୍ରଦୂଷଣ ନିୟମ ଆସିଲା, ବେସରକାରୀ ଡାକ୍ତରଖାନା ଏଥିକୁ ଯୋଗ୍ୟ ହେବାକୁ ଅନେକ ବର୍ଷ ଲାଗିଲା; ପୁଣି ଥରେ ଫାୟାର ନିୟମ ଆସିଲା, ପାଂଚବର୍ଷ ଲାଗିଲା ନିୟମ ହେବାକୁ, ତା ଭିତରେ ବେସରକାରୀ ଡାକ୍ତରଖାନାରେ ଜୁଲମ୍ । ଏବେ ସବୁ ସରିଲେ ବି ଫାୟାର ସହ ପୁଣି ଘରନିର୍ମାଣ ବିଧି ପ୍ଲାନ ଆପ୍ରଭାଲ ନହେଲେ ଫାୟାର କ୍ଲିଅରାନ୍ସ ଦିଆଯିବନି । ଏମିତି ନିୟମର ଅନ୍ତ ନାହିଁ । ତାହା କେବଳ ବେସରକାରୀ ଡାକ୍ତରଖାନା ପାଇଁ । ଯଦି ସରକାର ନିଜ ଡାକ୍ତରଖାନାର ମାନ ବୃଦ୍ଧିକରି କ୍ଲିନିକାଲ ଏଷ୍ଟାବ୍ଲିଶମେଟ ଭାବରେ ପଂଜୀକରଣ କରନ୍ତେ, ତେବେ ବୋଧହୁଏ ସବୁ ନିୟମ ତ୍ବରାନ୍ବିତ ହୋଇ ପାରନ୍ତା ।
୨. ଯେତେବେଳେ ସ୍ଵାସ୍ଥ୍ୟସମସ୍ୟା ଆସୁଛି, ଯେତେବେଳେ କୋଲିଡ୍ ମହାମାରୀ ମାଜି ଆସୁଛି, ସରକାର ଏହି ବେସରକାରୀ ଡାକ୍ତରଖାନାକୁ ମୁହାଁଉଛନ୍ତି । ତେବେ ଏମିତି ପଂଜୀକରଣରେ ଅସୁବିଧା କାହିଁକି ?

୩. ଲୋକାଭିମୁଖୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସରକାର ନିଜ ସରକାରୀ ଡାକ୍ତରଖାନା ଭିତରେ ସୀମିତ ରଖ୍ କରିପାରିବାର ଶକ୍ତି ନିଶ୍ଚୟ ରହିଛି । ତେବେ ପୁଣି ବେସରକାରୀ ଡାକ୍ତରଖାନା ଗୁଡିକ ସହିତ ଏମ୍.ୟୁ. କାହିଁକି ? ଯଦିବା କରାଗଲା, ଏମିତି ରେଫରାଲ ବୋଲି ଗୋଟିଏ ଅସୁବିଧାଜନକ ସର୍ତ କାହିଁକି ? ସରକାରୀ ଡାକ୍ତରଖାନାର ସିଡିଏମଓ ରେଫର୍ କଲେ ଜଟିଳ ହାର୍ଡିଆ ରୋଗୀର ଚିକିତ୍ସା ବେସରକାରୀ ଡାକ୍ତରଖାନାରେ ହେବ । ବରଂ ସରକାର ସେହି ରେଫରାଲ୍ ସିଷ୍ଟମ୍ ଉଠାଇଦେଇ ନିଜେ ସରକାରୀ ଡାକ୍ତରଖାନାରେ ଜରୁରୀ ଚିକିତ୍ସା କରାଇ ପାରିବେ ।
୪. ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଆବଶ୍ୟକ ବହୁସଂଖ୍ୟକ କାଗଜପତ୍ର ଅସମ୍ଭବ ହେଉଛି । ଅପରେସନ୍ ଏବଂ ଚିକିତ୍ସାର ଆର୍ଥିକ ପରିମାଣ ଏତେ କମ୍ ଯେ, ଅନେକ ଅପରେସନ୍ ସମ୍ଭବ ନୁହେଁ । ଏହାର ତୁରନ୍ତ ପରିବର୍ତନ ଆବଶ୍ୟକ । ଏମିତ ପୂର୍ବରୁ ସରକାରୀ ବୀମା ନିୟମରେ ବେସରକାରୀ ଡାକ୍ତରଖାନା ଗୁଡିକର ଲକ୍ଷ ଲକ୍ଷ ଟଙ୍କାର ଅର୍ଥ ଅଦ୍ୟାବଧୂ ମିଳିନାହିଁ ।
