You are currently viewing ଖଣ୍ଡାୟତ କାଳଞ୍ଜି ସମାଜର କର୍ମକର୍ତ୍ତା ଚୟନ
ଖଣ୍ଡାୟତ କାଳଞ୍ଜି ସମାଜର କର୍ମକର୍ତ୍ତା ଚୟନ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମର୍ଦମେଖ ସ୍ଥିତ ଗୋପୀନାଥ ମହାପ୍ରଭୁ ଙ୍କ ପ୍ରାଙ୍ଗଣରେ ସୋମବାର ଦିନ ଖଣ୍ଡାୟତ କାଳଞ୍ଜି ସମାଜର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି ! ସମାଜକୁ ସୁଦୃଢ କରିବା, ସୋସିଆଲ ୱାର୍କ କରିବା ଆଦି ବିଷୟରେ ଆଲୋଚନା କରାଯିବା ସହ ସମାଜର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା ! ଏହା ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ! ସର୍ବ ସନ୍ନମତି କ୍ରମେ ସଭାପତି ଭାବେ ନୀଳକଣ୍ଠ ତରେଇ ଉପସଭାପତି ଭାବେ ଦୀପକ କୁମାର ବିଷୋୟୀ ଓ ସମ୍ପାଦକ ଭାବେ ରବୀନ୍ଦ୍ର ନାଥ ଗୌଡ଼ ଙ୍କୁ ଚୟନ କରାଯାଇଥିଲା ! ଏଥିରେ ଅତିଥି ଭାବେ ଦେବରାଜ ଭୂୟାଁ, ମହେଶ୍ୱର ଭୂୟାଁ, ଯୋଗେନ୍ଦ୍ର ବିଷୋୟୀ, ପ୍ରଭାକର ନାୟକ, ଗୌରୀ ଶଙ୍କର ସୁମନ୍ତରାୟ, ମର୍ଦମେଖ ସରପଞ୍ଚ ପ୍ରତିନିଧି ହୃଷିକେଶ ମେହେଣା ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ ଘୋଡାପଡା ସରପଞ୍ଚ ନୃସିଂହ ପ୍ରଧାନ ଯୋଗଦେଇ ଥିଲେ ! ପ୍ରକାଶ ଥାଉ କି ମର୍ଦମେଖ, ଘୋଡାପଡା ପଂଚାୟତ ଓ କୋଦଳା ଏନ ଏ ସି କୁ ନେଇ ଗୋପୀନାଥ ଖଣ୍ଡାୟତ କାଳଞ୍ଜି ସମାଜ ଗଠନ କରାଯାଇଥିଲା !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।