You are currently viewing ଦିବ୍ୟଜିବନ ସଂଘ ର ୩୦ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ମେଗା ରକ୍ତଦାନ ଶିବିର
ଦିବ୍ୟଜିବନ ସଂଘ ର ୩୦ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ମେଗା ରକ୍ତଦାନ ଶିବିର

କୋଦଳା ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ କୋଦଳା ଦିବ୍ୟଜିବନ ସଂଘ ର ସଭାପତି ଶ୍ରୀ ଉପମନ୍ୟୁ ଶତପଥୀ ଉଦ୍ଧାଟନ କରିଥିଲେ । ଶିବିର କୁ ବିପଦର ବନ୍ଧୁ ଓ କୋଦଳା ଦିବ୍ୟଜିବନ ସଂଘ ର ସମସ୍ତ ସଭ୍ୟବୃନ୍ଦ ସହଯୋଗ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ର ରାଲି ରେ ନୋଡାଲ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ରକ୍ତ ଅଭାବରୁ କୌଣସି ବ୍ୟକ୍ତି ର ଜୀବନ ଚାଲିନଯାଉ ବୋଲି କହି ସମସ୍ତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବାବେଳେ କୋଦଳା ଦିବ୍ୟଜୀବନ ସଂଘ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।ରକ୍ତ ଅଭାବରୁ କେହି ମୃତ୍ୟୁ ନ ହେଉ ସମାଜରେ ରକ୍ତଦାନ କରି ଏକ ସୁସ୍ଥ ପରମ୍ପରା ସୃଷ୍ଟି ପାଇଁ ସମସ୍ତେ ଆଗକୁ ବଢ଼ିବାକୁ ସମସ୍ତେ ଆହ୍ଵାନ ଦେଇଥିଲେ ।ଏହି ରକ୍ତଦାନ ଶିବିର ରେ ମୋଟ ୯୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ପରି କାର୍ଯ୍ୟକ୍ରମ ଦୀର୍ଘ ୩୦ ବର୍ଷ ଧରି ଚାଲୁଅଛି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।