ବ୍ରହ୍ମପୁର, ୨୪/୦୨/୨୦୨୩ : ଆଜି ବ୍ରହ୍ମପୁର ର ଅଗ୍ରଣୀ ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଯାଇଛି। କିଛି ଦିନ ତଳେ ବ୍ରହ୍ମପୁର ରେଳ ଷ୍ଟେସନ ରେ ଏକ ଚଳନ୍ତା ସୁପରଫାଷ୍ଟ୍ ଟ୍ରେନ୍ ରୁ ଜଣେ ବ୍ୟକ୍ତି ଓହ୍ଲାଇବା ବେଳେ ସେ ଟ୍ରେନ୍ ଚକା ତଳକୁ ଖସି ପଡିଥିଲେ ,କିନ୍ତୁ ସେଠାରେ କାର୍ଯ୍ୟରତ ଥିବା ଆର୍.ପି.ଏଫ୍ ଯବାନ ଶ୍ରୀ ସୂର୍ଯ୍ୟକାନ୍ତ ସାହୁ ସେହି ବ୍ୟକ୍ତିଙ୍କୁ ଟାଣି ଆଣି ତାଙ୍କ ଜୀବନ ବଞ୍ଚାଇଥିଲେ। ତାଙ୍କର ଏହି ସାହସିକତା ପାଇଁ ଆଜି ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠାତା ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀ ସୂର୍ଯ୍ୟକାନ୍ତ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଶ୍ବନାଥ ପାତ୍ର, ଡ.ସୁରଜିତ ପାଣିଗ୍ରାହୀ,ସୋନମ୍ ଦାସ୍,ସଂଯୁକ୍ତା ତ୍ରିପାଠୀ,ପି.କୋମଳି,ସୁଜାତା ମହାପାତ୍ର,ସତ୍ୟନାରାୟଣ ଦାସ,ଟି. ବିଜୟ ରାଓ, ସମାଜ ସେବୀ ସୁରତ କୁମାର ପଣ୍ଡା,ହରପ୍ରିୟା ସାହୁ,୩୦ନମ୍ବର ୱାର୍ଡ କର୍ପୋରେଟରଙ୍କ ପ୍ରତିନିଧୂ ଗାଗୁନି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
