You are currently viewing *ପଶ୍ଚିମ ଓଡିଶା ନୂଆଖାଇ ଜୁହାର ଶାଢୀରେ ପରମ୍ପରା ଝଲକ।
*ପଶ୍ଚିମ ଓଡିଶା ନୂଆଖାଇ ଜୁହାର ଶାଢୀରେ ପରମ୍ପରା ଝଲକ।

ସୋନପୁର, ୦୬. ୦୯ ଶାଢ଼ିରେ ବାନ୍ଧକଳା କାମ କରି ପଶ୍ଚିମ ଓଡ଼ିଶାର ପରମ୍ପରାର ଝଲଜ ଦେଖାଇଛନ୍ତି ବାନ୍ଧଶିଳ୍ପୀ। ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୁଆଁଖାଇ ଜୁହାରକୁ ଶାଡ଼ିରେ ସ୍ଥାନିତକରି ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ସଦର ପଟାଭାଡ଼ି ୧୦ନମ୍ବର ୱାର୍ଡ ର ବାନ୍ଧଶିଳ୍ପୀ ପ୍ରହଲ୍ଲାଦ ମେହେର(୪୯) ଏଭଳି ଶାଢ଼ି ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆରି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ଓ ଚାନ୍ଧଶିଳ୍ପୀ। କେତେବେଳେ ଏଠାକାର ହାତବୁଣା ଶାଢ଼ି ବଲିଉଡ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ରାଜନେତା ଓ ସେଲିବ୍ରିଟିମାନେ ମଧ୍ୟ ପରିଧାନ କରିଥାନ୍ତି । ତେବେ ସୁବର୍ଣ୍ଣପୁର ବାନ୍ଧଶିଳ୍ପୀଙ୍କ ହାତରେ ରହିଛି ଯାଦୁ ନିଆରା ଡିଜାଇନ କରି ବିଶ୍ୱ ଦରବାରରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ। ପଶ୍ଚିମ ଓଡ଼ିଶାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳିତ ହେଉଥିବା ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୁଆଁଖାଇ ଭାବେ ପାଳନ କରାଯାଉଥିବାବେଳେ ଏହି ପରମ୍ପରୀର ଝଲକ ଦେଖ‌ିବାକୁ ମିଳିଛି ହାତବୁଣା ପାଟ ଶାଢ଼ିରେ। ପ୍ରହଲ୍ଲାଦ ମେହେରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଡିଜାଇନକୁ ସେ ନିଜେ ପ୍ରସ୍ତୁତ କରିଛନ୍ତି । ପ୍ରହଲ୍ଲାଦ ଆଗରୁ ମଧ୍ୟ ଗଞ୍ଜାପା ଶାଢ଼ି ପ୍ରସ୍ତୁତକରି ୨୦୧୯ରେ ଜାତୀୟ ସ୍ତରରେ ପ୍ରଥମ ପୁରସ୍କୃତ ହୋଇଥିଲେ।

ଏବେ ନୁଆଁଖାଇ ଜୁହାର ଶାଢ଼ି ପ୍ରସ୍ତୁତ କରି ସେ ପୁଣି ଚର୍ଚ୍ଚାରେ ଅଛନ୍ତି । ଏହି ଶାଢୀରେ ନୁଆଁଖାଇ ର ସମସ୍ତ ପରମ୍ପରା ର ଛବି କରନ୍ତି। ନୂଆଁ ଧାନ, ଝୁଟି ଚିତା ଆଉ ନୁଆଁଖାଇ ଜୁହାର ର ଝଲକ ଦେଖ‌ିବାକୁ ମିଳିଛି। ଏଭଳି ଶାଢ଼ି ତିଆରିରେ କରିବାରେ ପ୍ରହଲ୍ଲାଦଙ୍କ ପୁରା ପରିବାର ସହଯୋଗ କରିଛନ୍ତି । ଏହି ଶାଢ଼ି ପାଟସୂତାରେ ତିଆରି ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ଦେଢ଼ ମାସ ରୁ ଦୁଇ ମାସ ସମୟ ଲାଗିଥିଲା । ଏହା ୨୦ରୁ୨୫ହଜାର ଟଙ୍କାରେ ବିକ୍ରିହେବ ବୋଲି ପ୍ରହଲ୍ଲାଦ କହିଛନ୍ତି। ଏହି ଶାଢ଼ି ପ୍ରସ୍ତୁତ କରିବ ପାଇଁ ତାଙ୍କ ତାଙ୍କ ସ୍ତ୍ରୀ ମମତା ମେହେର ଉତ୍ସାହିତ କରିଥିବା ବେଳେ ପୁଅ ରାହୁଲ ମେହେର ସହଯୋଗ କରିଛନ୍ତି। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟ ନେଇ ଏହି ଶାଢ଼ୀ କରିଥିବା ସେ ପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ କାରିଗରଙ୍କ ହାତବୁଣା ଲୁଗା ଏବେ ସାରା ବିଶ୍ୱ ରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବେଳ ପୁଣି ଚର୍ଚ୍ଚାରେ ବୁଣାକାର। ନିଜ ପରମ୍ପରାକୁ ଶାଢ଼ିରେ ସ୍ଥାନ ଦେଇ ବିଭିନ୍ନ ମହଲରୁ ସେ ଏବେ ପ୍ରଶଂସା ସାଉଁଟିଛନ୍ତି।