You are currently viewing ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୫୪ ତମ ଅନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ଏଥେଲେଟିକ ମିଟ ଉଦଘାଟନ  
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୫୪ ତମ ଅନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ଏଥେଲେଟିକ ମିଟ ଉଦଘାଟନ  

ଗୋପାଳପୁର ୬/୧୨/୨୨ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ୫୪ ତମ ଅନ୍ତଃ ମହାବିଦ୍ୟାଳୟ ଏଥେଲେଟିକ ମିଟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା। ଆଜି ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଦେଇ ଉଦଘାଟନ କରି ଖେଳ କୁଦ କରିବା ଦ୍ୱାରା ମାନସିକ ଓ ଶାରିରୀକ ସୁୁସ୍ଥ ରହିବା ସହ ହକି ଖେଳ ପ୍ରତି ଗୁରୁତ୍ଵ ଦେବାକୁ କହିଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ହକି ଦଳ ପ୍ରସ୍ତୁତ କରି ଅନ୍ତଃ ବିଶ୍ଵବିଦ୍ୟାଳୟରେ ଅଂଶ ଗ୍ରହଣ କରିବାକୁ କହିଥିଲେ । ସମ୍ମାନୀୟ ଅତିଥି ଭାବେ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ପିଜି କାଉନସିଲ ଅଧକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି, ଡ଼ ସତ୍ୟବ୍ରତ ପାତ୍ର, କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀ, ଜିବି ମେମ୍ବର ଜେ କମେଶ୍ୱର ରାଓ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ପିଇଓ ରବି ଚରଣ ମିଶ୍ର, ରାଜେଶ୍ ମହାନ୍ତି, ସିଡ଼ିସି ଡାଇରେକ୍ଟର ପ୍ରଫେସର୍ ପୁଷ୍ପାଞ୍ଜଳି ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନରେ ଉତ୍ସବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ୪୭ କଲେଜରୁ ମହିଳା ବର୍ଗରେ ୧୫୯ ଓ ପୁରୁଷ ବର୍ଗରେ ୨୬୧ ଜଣ ଭାଗ ନେଇଥିଲେ । ଖେଳ କୁଦ ଆରମ୍ଭ ରୁ ସମସ୍ତ କଲେଜ ଛାତ୍ରଛାତ୍ରୀମାନେ ମାର୍ଚ୍ଚ ଫାଷ୍ଟ କରିଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପତକା ଉତ୍ତଳନ କରି ଏହାର ଶୁଭାରମ୍ଭ କରିଥିଲେ ।ଡ଼ଃ. ସତ୍ୟ ବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହିଳା ବର୍ଗର ୧୦ଟି ଇଭେଣ୍ଟ ଓ ପୁରୁଷ ବର୍ଗର ୧୬ଟି ଇଭେଣ୍ଟ କରାଯିବ। ଆଜି ପ୍ରଥମ ଦିନରେ ମହିଳା ବର୍ଗର ଫାଇନାଲ ରାଉଣ୍ଡରେ ଲମ୍ୱଡିଆଁରେ ଉମରକୋଟର ପେଣ୍ଡରାଣୀ ମହାବିଦ୍ୟାଳୟର କୁସ୍ମିତା ଭୂୟାଁ ପ୍ରଥମ ସ୍ଥାନ,୨ୟ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ଏମ ଉଷା ରାଓ, ୩ୟ ସିମିଳିଗୁଡା କଲେଜର ସୁକାନ୍ତି ଆୟଲ ଓ ଚାନ୍ଦିପୁଟ୍ ଇମ୍ପରିଆଲ କଲେଜର ଅମ୍ରିତା ଗମାଙ୍ଗ , ଉଚ୍ଚ ଡିଆଁ ରେ ୧ମ ରାୟଗଡ଼ା କଲେଜର ସୁପ୍ରିୟା କିଲାକା,୨ୟ ସିମିଳିଗୁଡା କଲେଜର ସାମରି ଆଞ୍ଜରୀୟା,୩ୟ ଛତ୍ରପୁର ମହିଳା ମହବିଦ୍ୟାଳୟର ଦୀପିକା ଡାକୁଆ ଓ ବାଲିଗୁଡ଼ା ଆଦିବାସୀ କଲେଜର ମେନକା ମଲ୍ଲିକ, ସଟ୍ ଫୁଟରେ ୧ମ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ପାୟଲ କୁମାରୀ ସାହୁ,୨ୟ ଉମରକୋଟର ପେଣ୍ଡରାଣୀ ମହାବିଦ୍ୟାଳୟର କୁସ୍ମିତା ଭୂୟାଁ, ୩ୟ ସିମିଳିଗୁଡା କଲେଜର ସୁକାନ୍ତି ଆୟଲ, ଜାଭେଲିଂ ଥ୍ରୋ ରେ ୧ମ ସିମିଳିଗୁଡା କଲେଜର ସାମରି ହାଞ୍ଜରୀୟା,୨ୟ ଉମରକୋଟର ପେଣ୍ଡରାଣୀ ମହାବିଦ୍ୟାଳୟର କୁସ୍ମିତା ଭୂୟାଁ, ୩ୟ ରାୟଗଡ଼ା ମହିଳା ମହାବଦ୍ୟାଳୟର ଅନୁରାଧା ଜିଲ୍ଲାକାରା ସେହିପରି  ପୁରୁଷ ବର୍ଗରେ ୧୫୦୦ ମିଟର ଦୌଡରେ ୧ମ ରାଇକିଆ ଜେ ଜେ ମହାବିଦ୍ୟାଳୟର ଆକାଶ ସିଂ, ୨ୟ ଉମରକୋଟ ପେଣ୍ଡରାଣୀ ମହାବିଦ୍ୟାଳୟର ଶିବ ପୂଜାରୀ, ୩ୟ ଉମରକୋଟ ପେଣ୍ଡରାଣୀ ମହାବିଦ୍ୟାଳୟର ସୁରେଶ ଭାତ୍ରା,୫୦୦୦ ମିଟର ଦୌଡରେ ୧ମ ସମନ୍ତିୟାପଲ୍ଲୀର ଏସ ବି ପି ମହାବିଦ୍ୟାଳୟର ସାଇ କିରଣ ସାହୁ,୨ୟ ଫିରିଙ୍ଗିଆ ପଞ୍ଚାୟତ ଡ଼ିଗ୍ରୀ କଲେଜ କମେଶ୍ୱର କହଁର ,୩ୟ ଉମରକୋଟ ପେଣ୍ଡରାଣୀ ମହାବିଦ୍ୟାଳୟର ଶିବ ପୂଜାରୀ । ଲମ୍ବଡିଆଁରେ ୧ମ ବାଲିଗୁଡ଼ା ଆଦିବାସୀ କଲେଜର ଆଶିଷ ବେହେରା,୨ୟ ଉମରକୋଟ ପେଣ୍ଡରାଣୀ ମହାବିଦ୍ୟାଳୟର ସୁରେନ୍ଦ୍ର ସାନ୍ତା, ୩ୟ  ସିମିଳିଗୁଡା କଲେଜର ସୁଶାନ୍ତ ତାମିଲି, ସଟଫୁଟ୍ ୧ମ ପାରିଲାଖେମୁଣ୍ଡି ଏସ କେ ସି ଜି କଲେଜର ନିର୍ମଳ ଜେନା, ୨ୟ ଦିଗପହଣ୍ଡି ଖେମୁଣ୍ଡି କଲେଜର ଚନ୍ଦନ କୁମାର ସାହୁ, ସୁନାବେଡ଼ା ଏରୋନୋଟିକସ୍ କଲେଜର ଅଜୟ ପାଙ୍ଗି, ଡିସକସ ଥ୍ରୋ ରେ ୧ମ ପାରିଲାଖେମୁଣ୍ଡି ଏସ କେ ସି ଜି କଲେଜର ନିର୍ମଳ ଜେନା,୨ୟ ଫିରିଙ୍ଗିଆ ପଞ୍ଚାୟତ ଡ଼ିଗ୍ରୀ କଲେଜର ରତ୍ନାକର ପାଲଟା ସିଂ,୩ୟ ଗୁଣୁପୁର କଲେଜର ଏ.ନବୀନ ସ୍ଥାନ ଅଧିକାର କରିଥିବା କ୍ରୀଡ଼ା ପରିଷଦ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ତ୍ରିପାଠୀ, ସୁଧାକର ବିଷୋୟୀ, ସିଦ୍ଧାର୍ଥ ଶଙ୍କର ପାଢ଼ୀ , ଏସ କ୍ରିଷ୍ଣା ରେଡ୍ଡୀ, ରାଜ କିଶୋର ମହାପାତ୍ର, ଏ ଶଙ୍କରନ ପାତ୍ର, ପି ଆନନ୍ଦ ରାଓ, ବିନୋଦ ଦୋରା, ସୁନୀତା ପାତ୍ର, ମନୋରମା ମହାରଣା, ବୁବା ଶତପଥି,ରମେଶ ପଟନାୟକ ପ୍ରମୁଖ ଏବଂ ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ କବିରାଜ ଗୌଡ଼, ଇ କୈଳାଶ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।