You are currently viewing ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା ପରିଷଦର ବନ୍ଧୁ ମିଳନ କାର୍ଯକ୍ରମ ଅନୁଷ୍ଠିତ
ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା ପରିଷଦର ବନ୍ଧୁ ମିଳନ କାର୍ଯକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ; ୦୧/୦୧/୨୩ : ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା ପରିଷଦ ବ୍ରହ୍ମପୁର ନଗର ସଭାପତି ଅମିତ୍ କୁମାର ସାହୁଙ୍କ ତତତ୍ଵାବଧାନରେ ସ୍ଥାନୀୟ ଗଣେଶ ନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ସଂଯୋଜକ ମନୋଜ କୁମାର ପାଣି,ଜିଲ୍ଲା ସଭାପତି ରାମ ନାରାୟଣ ପାଣିଗ୍ରାହୀ,ମହିଳା ଜିଲ୍ଲା ସଭାନେତ୍ରୀ ସୁଜ୍ଞାନୀ କୁମାରୀ ନନ୍ଦ, ନାରାୟଣ ଗୌଡ଼, ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ଜିଲା ସମ୍ପାଦକ ଶ୍ରୀ ସଂକର୍ଷଣ ପାଢି, ଲୋକନାଥ ଜେନା, ଏସ୍.ବେଣୁ ଗୋପାଲ, ଶିବ ଶଙ୍କର ପାତ୍ର, ଭାଗବାନ ବେହେରା, ମାମି ପ୍ରିୟା ଗୌଡ଼ ଓ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଏବଂ ଏକତାର ସହ ଲୋକଙ୍କ ଅସହାୟ ସମୟରେ ଠିଆ ହୋଇ ଆଶାର ଆଲୋକ ହେବା ,ବରିଷ୍ଠ ନାଗରିକଙ୍କୁ ସୁରକ୍ଷା କେମିତି ଦିଆଯାଇ ପରିବ ସେ ବିଷୟରେ ଆଲୋଚନା ହୋଇଥିଲା।


ଅସହାୟ ଲୋକଙ୍କୁ ସୁରକ୍ଷା ଦେଇ ନିଜର ମୌଳିକ ଅଧିକାର ପାଇବାରେ ସହାୟତା ହାତ ବଢ଼ାଇବା ବୋଲି ଜିଲ୍ଲା ସଭାପତି ରାମନାରାୟଣ ପାଣିଗ୍ରାହୀ ଏହି ବୈଠକରେ କହିଛନ୍ତି।
ଜୀବନରେ ସ୍ଵାଧୀନ ସମାନ ସମ୍ମାନ ପାଇବା ଅଧିକାରକୁ ମାନବ ଅଧିକାର କୁହାଯାଏ। ସବୁ ମନୁଷ୍ୟ ସମାନ ଭାବେ ବଞ୍ଚିବା, ସମସ୍ତ ସୁବିଧା ସୁଯୋଗ ପାଇବା ସମସ୍ତଙ୍କ ଅଧିକାର ରହିଛି ଯଦି ଏହାକୁ ଛଡେଇନେବାକୁ ଚାହୁଁଚି ତାଙ୍କ ବିରୁଦ୍ଧରେ ସ୍ଵରଉତ୍ତୋଳନ କରିବା ଉପରେ ଗୁରୁତ୍ଵ ଦେବା ବୋଲି ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏବଂ ନୂତନ ଭାବେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନୀତ କରାଯାଇଥିଲା ।