କୋଦଳା , ୧୯/୧୧ – ( କୃଷ୍ଣଚନ୍ଦ୍ର ପଲାଇ ) -:- ଯୁବନେତା ତଥା ସମାଜସେବୀ ପ୍ରମୋଦ କୁମାର ପଣ୍ଡା। ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରେ ବେଶ୍ ପରିଚିତ। ଆଜି ହେଉଛି ତାଙ୍କର ଜନ୍ମ ଦିବସ। ୩୮ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରମୋଦ।
ସେ ପ୍ରମୋଦ ଭାଇ ଭାବେ ସମସ୍ତଙ୍କ ନିକଟରେ ବେଶ୍ ପରିଚିତ। ତେବେ ଏହି ଜନ୍ମ ଦିବସକୁ ତାଙ୍କର ସମର୍ଥକମାନେ ତାଙ୍କ ଅଜାଣତରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ବେଳେ ସଠିକ୍ ସମୟରେ ପ୍ରମୋଦଙ୍କୁ କୁହା ଯାଇଥିଲା। ଶହ ଶହ ସଂଖ୍ଯାରେ ପ୍ରମୋଦକଂ ସମର୍ଥକମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ କେକ୍ କାଟି ଖୁସି ମନାଇଥିଲେ। ଏହି ଅବସରରେ ଏକ ନୈଶ୍ଯ ଭୋଜିର ଆୟୋଜନ କରିଥିଲେ ତାଙ୍କ ସମର୍ଥକ । ଯୁବନେତା ପ୍ରମୋଦ ସାଂଗଠନିକ ଦକ୍ଷତା ପାଇଁ ବେଶ୍ ପରିଚିତ। ପୂର୍ବରୁ ବିଜେପିରେ ଯୁବମୋର୍ଚ୍ଚାର ଘୁମୁସର ସାଂଗଠନିକ ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଏବେ ବିଜେଡିରେ ଯୋଗଦାନ କରିବା ପରେ ତାଙ୍କୁ ରାଜ୍ୟ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ଦାୟିତ୍ବ ଦିଆଯାଇଛି। ଆଉ ଏହି ଦାୟିତ୍ବକୁ ମଧ୍ୟ ବେଶ୍ ସୁରୁଖୁରୁରେ ତୁଲାଉଛନ୍ତି ପ୍ରମୋଦ ।
