You are currently viewing ବାର୍ କାଉନସିଲ ନିର୍ବାଚନ, କୋଦଳା କୋର୍ଟରେ ଭୋଟ୍ ଦେଲେ ୯୮ ଓକିଲ।
ବାର୍ କାଉନସିଲ ନିର୍ବାଚନ, କୋଦଳା କୋର୍ଟରେ ଭୋଟ୍ ଦେଲେ ୯୮ ଓକିଲ।

କୋଦଳା (୧୫ /୦୪/୨୦୨୩)
ଓଡିଶା ଷ୍ଟେଟ ବାର୍ କାଉନସିଲ ପାଇଁ କୋଦଳା କୋର୍ଟରେ ଆଜି ଭୋଟ୍ ଗ୍ରହଣ ହୋଇଛି। ଏଥିରେ କବିସୂର୍ଯ୍ୟନଗର, ପୋଲସରା ଓ କୋଦଳା ବାର୍ ର ସମସ୍ତ ଓକିଲ ସଦସ୍ୟ ଭୋଟ୍ ଦେଇଛନ୍ତି। ଏଥିପାଇଁ କୋଦଳା କୋର୍ଟ ରେ ଓକିଲ ମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲା । ଉସ୍ଛାହ ଓ ଉଧିପନା ସହ ଆଇନଜୀବୀ ମାନେ ମତଦାନ କରୁଥିବା ଦେଖିବାକୁ ମିଳିଥିଲା । ମୋଟ ୧୨୩ ଆଇନଜୀବୀ ଭୋଟ୍ ଦେବାକୁ ତାଲିକା ଆସିଥିବା ବେଳେ ୯୮ ଜଣ ଆଇନଜୀବୀ ଭୋଟ୍ ଦେଇଥିବା ଜଣାପଡିଛି । ସକାଳ ୧୦ ଘଣ୍ଟା ଠାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏହା ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା।
ଆଇନଜୀବୀ ମାନେ ସେମାନଙ୍କର ଷ୍ଟେଟ୍ ବାର୍ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର କିମ୍ବା ଭୋଟର ପରିଚୟ ପତ୍ର, ପାନ୍ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏଥି ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇଛନ୍ତି।
ସୂଚନା ଅନୁସାରେ ୨୫ ଜଣ ସଦସ୍ୟ ରାଜ୍ୟରୁ ନିର୍ବାଚନ ହେବେ। ଏବଂ ପ୍ରତି ଭୋଟର ୫ ଟି ପସନ୍ଦ କିମ୍ବା ତଦୁର୍ଦ୍ଧ ପସନ୍ଦ ବ୍ଯକ୍ତିଙ୍କୁ ଭୋଟ୍ ଦେଇ ପାରିବେ ବୋଲି ଜଣାପଡିଛି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।