ପୁରୁଷୋତ୍ତମପୁରର ତାରାତାରିଣୀ କଲେଜରେ ଆଜି ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଜରିଆରେ ଆଜି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଥମେ ତାରାତାରିଣୀ କଲେଜ ଛକରୁ ସଡକ ସୁରକ୍ଷା ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ଏହାପରେ ବସଷ୍ଟାଣ୍ଡ ଛକରୁ କାଳୀମନ୍ଦିର ଛକ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଚେତନତାକୁ ନେଇ ଏକ ପଥପ୍ରାନ୍ତ ନାଟକ କରିଥିଲେ ତାରାତାରିଣୀ କଲେଜ ପ୍ରିନସିପାଲ ଡ଼କ୍ଟ ସିମାଞ୍ଚଳ ପଟ୍ଟନାୟକ,କଲେଜ ପରିଚାଳନା ସଭାପତି ବାସୁଦେବ ମହାପାତ୍ର,ଉପଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,କାଉନସିଲର ତଥା ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ଅଶୋକ କୁମାର ମହାଙ୍କୁଡଙ୍କ ସହ ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ଟ୍ରାଫିକ ନିୟମକୁ ପାଳନ କରି ଗାଡ଼ି ଚଳାଇବା, ଚାରି ଚକିଆ ଯାନ ଚଳାଉଥିବା ସମୟରେ ସିଟ ବେଲ୍ଟ ବାନ୍ଧି ଗାଡି ଚଳାଇବା ସହ ଅନ୍ୟାନ୍ୟ ନିୟମ କୁ କିଭଳି ପାଳନ କରିବେ ସେ ନେଇ ଛାତ୍ରଛାତ୍ରୀ ମାନେ ଲୋକଙ୍କୁ ବୁଝାଇଥିଲେ ।

ଏହି ଅବସରରେ ତାରାତାରିଣୀ କଲେଜର ବହୁ ଛାତ୍ରଛାତ୍ରୀ ଓ ପୁରୁଷୋତ୍ତମପୁର ଥାନାର ଆଇଆଇସି ସମୀର କୁମାର ରାଉତ ଏବଂ ଏସ୍ଆଇ ସୁଶାନ୍ତ କୁମାର ମିଶ୍ରଙ୍କ ସହିତ ସମସ୍ତ ପୋଲିସ କର୍ମଚାରୀ ମାନେ ସାମିଲ ହୋଇ ଲୋକଙ୍କୁ ସଚେତନ କରାଇଥିଲେ ।
ରିପୋର୍ଟ ପ୍ରସନ୍ନ କୁମାର ଦାସ
