କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ସ୍ଥିତ ପ୍ରାଥମିକ ସେବା ସମବାୟ ସମିତି ରେ ଆଜି ସେବା ସମବାୟ ସମିତି ସଭାପତି ରବିନାରାୟଣ ପଣ୍ଡା, ଏବଂ ପରିଚାଳନା ନିର୍ଦ୍ଦେଶକ ତଥା ଚାଷି ନେତା ରଙ୍ଗନାଥ ସ୍ୱାଇଁ ଙ୍କ ଉପସ୍ଥିତିରେ ଅନୌପଚାରିକ ଭାବେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଶ୍ରୀ ପଣ୍ଡା ଏବଂ ସ୍ୱାଇଁଙ୍କ କହିବା ମୁତାବକ ଆଜି ସକାଳ ୧୧ ସମୟରେ ଧାନ ମଣ୍ଡି ଶୁଭାରମ୍ଭ ପାଇଁ ସ୍ଥିର ହୋଇଥିଲା । ଏଥିସହିତ ଏଥିରେ କିଛି ସରକାରୀ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଧାନ ମଣ୍ଡି ଶୁଭାରମ୍ଭ ର କାର୍ଯ୍ୟକ୍ରମ ଥିଲା । ସେମାନେ ଆସିବାରେ ବହୁ ବିଳମ୍ବ ହେତୁ ଅନୌପଚାରିକ ଭାବେ ଶ୍ରୀ ପଣ୍ଡା ଏବଂ ଶ୍ରୀ ସ୍ଵାଇଁ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ସୂଚନା ମୁତାବକ ବିନା ପୂଜା ପଦ୍ଧତି, ନଡ଼ିଆ ବାଡା ଏବଂ ଫିତା କଟା ରେ ଶୁଭାରମ୍ଭ ହୋଇଥିଲା । ଏଥିରେ ଚାଷୀ ସମେତ ସେବା ସମବାୟ ସମିତି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
