ଖଲ୍ଲିକୋଟ : 11/2 ଖଲ୍ଲିକୋଟ ମାର୍ଦରାଜ ରାଜା ବଂଶ ଶେଷ ଦାୟାଦ ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ ଙ୍କ ରବିବାର ଦିନ ଅନ୍ତିମ ମହାଯାତ୍ରା ରେ ସମଗ୍ର ଗଞ୍ଜାମ ଜିଲ୍ଲା ସମେତ ସାରା ଓଡିଶା ର ମନ୍ତ୍ରୀ, ବିଧାୟକ, ରାଜନେତା ଙ୍କ ସମେତ ଅସଂଖ୍ୟ ସୁଜ୍ଞ୍ୟାନ ପ୍ରେମୀ ମାନେ ଅନ୍ତିମ ଦର୍ଶନ କରିବା ସହ ମହାଯାତ୍ରା ରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇ ଥିବା ଦେଖିବାକୁ ମିଳିଛି |ଗତ କାଲି ସୁଜ୍ଞାନ ଙ୍କ ମର ଶରୀର କୁ ଚେନ୍ନାଇ ଠାରୁ ଆଣି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ରେ ପହଂଚାଇବା ପରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ଓ ବିଧାୟକ ଓ ମନ୍ତ୍ରୀ ରାଜନେତା ମାନେ ଶେଷ ଦର୍ଶନ କରିବା ପାରେ ବିଧାନସଭା ପରିସର କୁ ଅଣାଯାଇଥିଲା

|ସେଠାରୁ ତାଙ୍କ ଶ୍ୱଶୁରଘର ରମ୍ଭା ରାଜପ୍ରସାଦ ପରିସର ରେ ରଖି ଖଲ୍ଲିକୋଟ ନିର୍ମାଲଝର ସ୍ଥିତ ବାସଭବନ ରେ ସର୍ବ ସାଧାରଙ୍କ ଅନ୍ତିମ ଦର୍ଶନ ପାଇଁ ରଖା ଯାଇଥିଲା |ତାଙ୍କ ର ଅନ୍ତିମ ଦର୍ଶନ ପାଇଁ ପ୍ରବଳ ମହିଳା ଓ ପୁରୁଷ ଙ୍କ ଭଦ ଲାଗିବା ସହ ତାଙ୍କ ସବାଧାର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ |

ଗଞ୍ଜାମ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପରିଡା, ଏସ ପି ଜଗଦୀଶ ମିନା, ଅର୍ଥ ମନ୍ତ୍ରୀ ବିକ୍ରମ ଆଦୁଖ, ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବରିଷ୍ଟ ରାଜନେତା ପଞ୍ଚାନନ କାନୁନଗୋ, ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଧରାକୋଟ ରାଜାମାତା, ବ୍ରହ୍ମପୁର ସଂସଦ ଚନ୍ଦ୍ର ଶେଖର ସାହୁ, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ସୁବାଷ ବେହେରା ଆସିକା ସଂସଦ ପ୍ରମିଳା ବିଷୋୟୀ, ମଞ୍ଜୁଳା ସ୍ୱାଇଁ, ପୂର୍ଣ୍ଣ ସ୍ୱାଇଁ ବ୍ରହ୍ମହପୁର ମେୟର ସଂଘମିତ୍ରା ଦଳାଇ, ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ ବରିଷ୍ଟ ବିଜେଡ଼ି ନେତା ତଥା କୋଦଳା ଏନ ଏ ସି ର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ଓଶ୍ରୀମତୀ ସୁନିତା ପ୍ରଭା ସାହୁ ବାଣପୁର ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ ଖଲ୍ଲିକୋଟ ପ୍ରାକ୍ତନ ବିଧାୟଜ ପୂର୍ଣ୍ଣ ଚନ୍ଦ୍ର ସେଠି,କଂଗ୍ରେସ ନେତା ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେପି ନେତ୍ରୀ ଅନିତା ସୁଭଦର୍ଶିନୀ ବରିଷ୍ଟ ବିଜେଡ଼ି ନେତା ମାଗୁଣି ଚରଣ ପଳାଇ ପ୍ରମୁଖ ଶେଷ ଦର୍ଶନ କରି ମହାଯାତ୍ରା ରେ ସାମିଲ ହୋଇଥିବା ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ସୁଜ୍ଞାନ ବିଜେଡ଼ି ନଗର ସଭାପତି ନରେନ୍ଦ୍ର କୁମାର ପାତ୍ର ଙ୍କ ସମେତ ବେଗୁନିଆପଡା ବ୍ଲକ ର ପ୍ରାକ୍ତନ ଅଧକ୍ଷ ଜଗନାଥ ସେଠି ବିଜେଡ଼ି ନେତା ବିଜୟ କୁମାର ଦୋରା ଓ ସଂସଦ ପ୍ରତିନିଧି ରତ୍ନାକର ସାହୁ ପ୍ରମୁଖ ସୁଜ୍ଞାନ ଙ୍କ ସବ ପାଖେ ପାଖେ ରହି ଅନ୍ତିମ ଦର୍ଶନ କାର୍ଯ୍ୟକ୍ରମ କୁ ପରିଚାଳନା କରୁ ଥିବାର ଦେଖିବାକୁ ମିଳିଥିଲା |

ସୁଜ୍ଞାନ ଙ୍କ ମହାଯାତ୍ରା ରେ ସାମିଲ ହୋଇ ଅନ୍ତିମ ଦର୍ଶନ ପାଇଁ ଖଲ୍ଲିକୋଟ, ବେଗୁନୋପଡା, କବିସୂର୍ଯ୍ୟନଗର ଓ ରମ୍ଭା ର ପୁରପଲ୍ଲୀ ରୁ ସୁଜ୍ଞାନ ପ୍ରେମୀ ମାନେ ଛୁଟି ଆସୁ ଥିବା ବେଳେ ସମସ୍ତେ ଅଶ୍ରୁଳ ନୟନ ରେ ଝୁରୁଛନ୍ତି |ସୁଜ୍ଞାନ ବିୟୋଗ ରେ ତାଙ୍କ ନିର୍ମଳାଝର ବଙ୍ଗଳା ରେ ଦୀର୍ଘ ଦିନ ଧରି ସୁଜ୍ଞାନ ଙ୍କ ପୋଷମାନୀ ଓ ସାନ୍ନିଧ୍ୟ ପାଇ ଚଳି ଆସୁଥିବା ପୋଷା କୁକୁର ବ୍ଲାକି ସୁଜ୍ଞାନ କୁ ଝୁରି ଝୁରି ଗତ ଦୁଇ ଦିନ ହେଲା ଆହାର ନେଉ ନଥିବା ବେଳେ ବଙ୍ଗଳା ରେ ଥିବା ବଟକ ଗାଇ ଗୋରୁ ମାନେ ସୁଜ୍ଞାନ ଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି | ସୁଜ୍ଞାନ ଙ୍କ ଅନ୍ତିମ ଦର୍ଶନ ନିର୍ମଳ ଝର ବଙ୍ଗଳା ଲୋକରଣ୍ୟ ହୋଇ ପଡିଛି |ସମୁଦାୟ ଅନ୍ତେଷ୍ଟୀକ୍ରିୟା କାର୍ଯ୍ୟକ୍ରମ କୁ ସୁଜ୍ଞାନ ଙ୍କ ପୁତୁରା ଡାକ୍ତର ସଂକେତ ରାମରାଓ ଉପସ୍ଥିତ ରହି ତଦାରଖ ଓ ପରିଚାଳନା କରୁଛନ୍ତି |

ବିଜେପି ନେତା ଅନିଲ ପଣ୍ଡା, ଶଙ୍କର ପ୍ରସାଦ ନାହାକ ଶେଷ ଦର୍ଶନ କରି ମର ଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ସ୍ବର୍ଗତ ସୁଜ୍ଞାନ ଦେଓ କେବଳ ବିଧାୟିକା ନଥିଲେ ସେ ଜଣେ ଅନୁଷ୍ଠାନ ଭାବେ ଖଲ୍ଲିକୋଟ ର ଆର ସି ଏମ କଲେଜ, ମନ୍ଦର ସମୂହ କାମତି ର ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ | ଦୀର୍ଘ ଦଶ ଦଶନ୍ଧି ଧରି ସେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ ସମେତ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା କରି ଯାଇଛନ୍ତି |ସ୍ବର୍ଗତ ଦେଓ ଆଧୁନିକ ଖଲ୍ଲିକୋଟ ର ସ୍ଥାପତି ଭାବେ ଅନେକ ଯୁଗାନ୍ତକାରୀ ବିକାଶ ସାଧିତ ହୋଇଥିବା ବେଳେ ଖଲ୍ଲିକୋଟ ମେଡିକାଲ ରେ ଆମ ହସ୍ପିଟାଲ କରିବା ପାଇଁ 4 ଏକର ଜମି ପ୍ରଦାନ କରିଥିବା ବେଳେ ଖଲ୍ଲିକୋଟ ଏକ ରାଜସ୍ବ ଉପଖଣ୍ଡ କରିବା ଓ ଏଠାରେ ଏକ ସ୍ପେସିଆଲିଷ୍ଟ ଡାକ୍ତରଖାନା କରିବା ପାଇଁ ଅନ୍ତିମ ସ୍ବପ୍ନ ଥିଲା |ସୁଜ୍ଞାନ ଙ୍କ ପୂର୍ବ ସୁରି ମାନେ ଓଡିଶା କୁ ଏକତ୍ରିତ କରି ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଗଠନ ରେ ବହୁ ମୂଲ୍ୟ ଦେଇଥିବା ବେଳେ ଦିବଂଗତ ସୁଜ୍ଞାନ ଖଲ୍ଲିକୋଟ ର ବିରିପୁର, କହେଁଇପୁର, ପଥରା ଠାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ରେ ସହାୟତା ପ୍ରଦାନ କରିଥିବା ବେଳେ ତାଙ୍କ ଶ୍ୱଶୁର ସ୍ବର୍ଗତ ରାମଚନ୍ଦ୍ର ମାର୍ଦରାଜ ଦେଓ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟ,, ହିଞ୍ଜିଳିକାଟୁ କଲେଜ ଆର ସି ଏମ କଲେଜ ଓ ଋଷିକୁଲ୍ୟା ଓ ବଦନଦୀ ଉପରେ ସେତୁ ମାନ ନିର୍ମାଣ

କରିଥିଲେ |ତାଙ୍କ ର ପୂର୍ବଶୁରି ରାଣୀ କନକ ମଞ୍ଜରୀ ଦେବୀ ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଥିବା ବେଳେ କନକ ମଞ୍ଜରୀ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ | ତେବେ ତାଙ୍କ ସବ ପଟୁଆର ନିର୍ମଳ ଝର ଠାରୁ ବାହାରିବା ବେଳେ ରାସ୍ତା ର ଉଭୟପାର୍ଶ୍ୱ ହଜାର ହଜାର ମହିଳା, ପୁରୁଷ, କର୍ମଚାରୀ ବୁଦ୍ଧିଜୀବୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ପୁଷ୍ପ ବୃଷ୍ଟି କରିଥିଲେ | ମହାଯାତ୍ରା କୁ ସ୍ଥାନୀୟ ବାଲୁକେଶ୍ୱର ମନ୍ଦିର ପାର୍ଶ୍ଵ ରେ ଥିବା ରାଜ ମସାଣି ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଥିଲା | ସଂସ୍କାର ବେଳେ ବରିଷ୍ଟ ନାଗରିକ ପୁରୁଷ ମହିଳା, ବୁଦ୍ଧିଜୀବୀ, ସାମ୍ବାଦିକ ବନ୍ଧୁବାର୍ଗ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଜେଡ଼ି କର୍ମୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ | ସୁଜ୍ଞାନ ମର ଶରୀର କୁ ପୁରୁଣା ରାଜା ପ୍ରସାଦ ତଥା ଆର୍ଟ କଲେଜ ପରିସର କୁ ନେଇ ସ୍ମଶାନ ଅଭିମୁଖେ ଯାଇଥିଲା | ଖଲ୍ଲିକୋଟ ଶ୍ରୀ ଜଗନାଥ ମନ୍ଦିର ରୋଷ ନିଆଁ ଆସିବା ପାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା | ଫୋଟୋ ଯାଉଛି
ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ
