You are currently viewing ପାଟପୁର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ପାଟପୁର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ସାନଖେମୁଣ୍ଡି , ୨୦/୧ -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅଧୀନସ୍ଥ ପାଟପୁର ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ

ପାଟପୁର ଥାନା ମହିଳା ଡେସ୍କ ତଥା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ କହଁର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଛାତ୍ରୀମାନଙ୍କୁ ନିର୍ଭିକ ଓ ଆତ୍ମବିଶ୍ଵାସୀ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ମାର୍ଗ ଦର୍ଶନ କରିଥିଲେ।

ଇତିହାସ ଅଧ୍ୟାପିକା ଡ. ସାଲିନା କୁମାରୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ପ୍ରଶିକ୍ଷିକା ଉଷାରାଣୀ ଦୋରା ଓ ରାକ୍ଷୀ ସାହୁ ଉପସ୍ଥିତ ରହିଥିଲେ।
ଚଳିତ ତାଲିମ ଉଦଯାପନୀ ଉତ୍ସବରେ ୧୭୩ ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଇଂରାଜୀ ଅଧ୍ୟାପକ ତ୍ରୀଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।