You are currently viewing ଗୋକର୍ଣ୍ଣି ଗୋଶାଳା ଉଦଘାଟିତ। ଗୋମାତାଙ୍କ ଜୟଜୟକାରରେ କମ୍ପିଲା ଜଟଣୀ ସହର।
ଗୋକର୍ଣ୍ଣି ଗୋଶାଳା ଉଦଘାଟିତ। ଗୋମାତାଙ୍କ ଜୟଜୟକାରରେ କମ୍ପିଲା ଜଟଣୀ ସହର।

ଖୋର୍ଦ୍ଧା ଜିଲ୍ଲା:ଗତକାଲି ମହାସମାରୋହରେ ଉଦଘାଟିତ ହେଲା ଗୋକର୍ଣ୍ଣି ଗୋଶାଳା।ଏ ଜାତି ପଛୁଆ ନୁହେଁ ପ୍ରମାଣିତ କରିଦେଖାଇବା ସହ ଜନ ସେବା ହିଁ ମାଧବ ସେବାର ମନ୍ତ୍ର ଫୁଙ୍କିଲା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଓଡ଼ିଶା।ଆମେ ବି ମନ୍ତ୍ର ଜାଣୁ ଆମେବି ସନାତନ ଧର୍ମ ର ସୁରକ୍ଷା କେମିତି ହେବ ତାହା ସମ୍ପୂର୍ଣ୍ଣ ଜାଣୁ,ଆମେ ବି କେଉଁ ଗୁଣରେ କମ ନୋହୁଁ ଏକଥା ସତ୍ୟ ହେଲା।କଥାନୁହେଁ କାମ କରି ଦେଖାଇଲା ସଂଘ।ହିନ୍ଦୁ ସନାତନ ଧର୍ମ ସହିତ ଗୋମାତା,ଗୀତା ମାତା,ବେଦମାତାଙ୍କ ସମେତ ଶୈବବିପ୍ର ଜାତିର ଶିକ୍ଷା, ସଂସ୍କାର,ସଂସ୍କୃତିର ବିକାଶ ନିମନ୍ତେ ଗଢି ଉଠିଥିବା ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ,ଓଡ଼ିଶା ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି ଏହି ଭବ୍ୟ କାର୍ଯ୍ୟକ୍ରମ।ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ରାଜ୍ୟ ମୁଖ୍ୟାଳୟ ଠାରେ ଗୋକର୍ଣ୍ଣି ଗୋଶାଳାର ଉଦଘାଟନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ତେବେ ଆଜି ଦେଶର ଗୋ ସମ୍ପଦ ର ସୁରକ୍ଷା ନିମିତ୍ତ ଅଣ୍ଟା ଭିଡି ଆଗେଇ ଆସିବା ଘଟଣାରେ ବେଶ ପ୍ରଶଂସା ସାଉଁଟିଛି ସଂଘ।

ଓଡ଼ିଶାର ପ୍ରଖ୍ୟାତ ଯୁବ ଚଳଚ୍ଚିତ୍ର ନିର୍ମାତା ତଥା ଶୈବବିପ୍ର ଜାତିର ଗର୍ବ ଏବଂ ଗୌରବ ଡ଼ଃ ସୁରେନ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି “ଗୋକର୍ଣ୍ଣି ଗୋଶାଳା”ନିମନ୍ତେ ଏକଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଆମ ଜାତିର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଶପଥ ନେଇଥିଲେ।ସଂଘର ରାଜ୍ୟ ସଭାପତି ତଥା ଶୈବବିପ୍ର ଜାତିର ଆତ୍ମା ସଦୃଶ ପରମ ଶୈବ ଲଳିତ କୁମାର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମ ଓ ଶ୍ରୀଯୁକ୍ତ ରଞ୍ଜନ ରଣା ମହୋଦୟ ପରିଚାଳନା କରିଥିଲେ।ଓଡ଼ିଶାର ଅଠର ଟି ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସହଯୋଗ କରିଥିଲେ।