You are currently viewing ପଦ୍ମନାଭପୁରରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମନାଭପୁରରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ବିଜୁ କନ୍ୟାରତ୍ନ ଯୋଜନା ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପଦ୍ମନାଭପୁର ସେକ୍ଟର ଅଙ୍ଗନୱାଡ଼ି ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀଙ୍କ ସଂଯୋଜନାରେ ଅତିଥି ବୃନ୍ଦ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଅବଗତ କରାଇବା ସହ ଶିଶୁ ସୁରକ୍ଷାର ସଫଳ ରୂପାୟନ ନିମନ୍ତେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ , ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ ରୋକିବା ଦିଗରେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଙ୍ଗନୱାଡି , ଆଶା ଓ ଏଏନଏମ କର୍ମୀ କର୍ମୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିବା ବେଳେ ୱାର୍ଡସଭ୍ୟ ଏସ୍ . ସଞ୍ଜୀତ କୁମାର, ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା ଗଣେଶ ଭୂୟାଁ ଉପସ୍ଥିତ ରହିଥିଲେ ।