You are currently viewing ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: କୋଦଳାରେ ଡ୍ରାଇଭର ସଂଘର ବନ୍ଦ ପାଳନ,<br>ଗଡୁନି ବସ୍‌।
ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: କୋଦଳାରେ ଡ୍ରାଇଭର ସଂଘର ବନ୍ଦ ପାଳନ,
ଗଡୁନି ବସ୍‌।

କୋଦଳା (୧୫/୦୩ ୨୦୨୩) (ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ୧୦ଦଫା ଦାବି ନେଇ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ରାଜ୍ୟର ସବୁଠି ବନ୍ଦ ପାଳନ ଆରମ୍ଭ ହୋଇଯାଇଛି।ଗଞ୍ଜାମ ଜିଲ୍ଲା କୋଦଳା ଠାରେ ଡ୍ରାଇଭରମାନେ ଏହି ବନ୍ଦକୁ ପାଳନ କରିଛନ୍ତି। ତେବେ ସରକାର ପ୍ରମୁଖ ୧୦ଦଫା ଦାବି ନମାନିଲେ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସେମାନେ କହିଛନ୍ତି।ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର ।ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି। କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ସଭାପତି ଓ ରାଜ୍ୟ ଉପସଭାପତି ଏଠାରେ ଯୋଗ ଦେଇଥିଲେ।
ବନ୍ଦ ପାଳନ ଯୋଗୁଁ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରୁ ବସ୍ ବ୍ରହ୍ମପୁର ଓ ଭୁବନେଶ୍ଵର ଅଭିମୁଖେ ଯାଇ ନାହିଁ। ଯାତ୍ରୀମାନେ ନିଜନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ କୋଦଳା ବସଷ୍ଟାଣ୍ଡ ଖାଁ ଖାଁ ପରିଲକ୍ଷିତ ହୋଇଛି। ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଡ୍ରାଇଭରମାନଙ୍କୁ ଆବାସ ଯୋଜନା ରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଗାଡ଼ି ଗୁଡ଼ିକ ପାକିଂ ଏବଂ ଡ୍ରାଇଭରମାନଙ୍କୁ ବିଶ୍ରାମ ନେବାପାଇଁ ପାକିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ପ୍ରତ୍ୟେକ ୧୦୦ କି.ମି. ଅନ୍ତରରେ କରାଯାଉ । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବିମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ର ବିମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭରମାନଙ୍କୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ବିମା ଯୋଗାଇ ଦିଆଯାଉ ବୋଲି ଦାବି କରୁଛନ୍ତି ଡ୍ରାଇଭର।