ବେଗୁନିଆପଡା (୧୦.୨.୨୦୨୪, )-: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ର ଉପାଧକ୍ଷା ଶ୍ରୀମତୀ ରଞ୍ଜିତା ସେଠୀ ଙ୍କ ଶ୍ୱଶୁର ତଥା ବେରୁଆଁବାଡ଼ି ଷ୍ଟେଟ ବ୍ୟାଙ୍କ ର ଅବସରପ୍ରାପ୍ତ କ୍ୟାସିଅର ସୌରା ସେଠି ଙ୍କ ୬୪ ବର୍ଷ ବୟସରେ ବ୍ରହ୍ମପୁର ବଡ ମେଡିକାଲ୍ କୁ ନେବା ରାସ୍ତା ରେ ଅକାଳ ବିୟୋଗ ହୋଇଛି। ସୂଚନା ରୁ ପ୍ରକାଶ ଯେ ଗତ ଗୁରୁବାର ଦିନ ସକାଳେ ସ୍ଵର୍ଗତ ସେଠି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କୋଦଳା ସ୍ଵାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ ମେଡିକାଲ୍ କୁ ନେବା ରାସ୍ତା ରେ ତାଙ୍କର ଦେହାନ୍ତ ଘଟିଥିଲା । କୋଦଳା ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ମୃତ୍ୟୁ ସଜ୍ଜା ନିକଟରେ ପୁତ୍ର ରଜନୀ କାନ୍ତ, ମନୋରଞ୍ଜନ, ରାଜ୍ କୁମାର ସମେତ ପୁତ୍ର ବଧୁ ମାନେ ଓ ବନ୍ଧୁ ପରିଜନ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସ୍ଵର୍ଗତ ସେଠି ଙ୍କ ଶେଷଦର୍ଶନ ପାଇଁ ତାଙ୍କ ବାସଭବନ ନିକଟରେ ଏନ୍ ଏ ସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବିଜେଡି କୋଦଳା ନଗର ସଭାପତି ସଂଜୀବ କୁମାର ସାହୁ, ସମ୍ପାଦକ ଗୋପାଳ କୃଷ୍ଣ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ଶିକ୍ଷକ ମାନେ ଉପସ୍ଥିତ ଥିଲେ। ସ୍ଵର୍ଗତ ସେଠି ଜଣେ ପରୋପକାରୀ ସହୃଦୟବାନ, ମିଷ୍ଟଭାଷୀ ଓ ମେଳାପୀ ମଣିଷ ଥିଲେ । ତାଙ୍କ ବିୟୋଗରେ ତାଙ୍କୁ ଜାଣିବା ଶୁଣିବା ମହଲରେ ଶୋକର ଛାୟା ଖେଳିଯାଇଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
