You are currently viewing ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଥେଲେଟିକ ମିଟ ଉଦଯାପିତ                       
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଥେଲେଟିକ ମିଟ ଉଦଯାପିତ                       

ଗୋପାଳପୁର ୭/୧୨ – ( ସଞ୍ଜୟ ସାହୁ ) -:- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀଙ୍କ ଅଧ୍ୟକ୍ଷତାରେ  ପିଜି ଗ୍ରାଉଣ୍ଡରେ ଚାଲିଥିବା ଦୁଇ ଦିନିଆ ୫୪ ତମ ଅନ୍ତ ମହାବିଦ୍ୟାଳୟ ଆଥେଲେଟିକ ମିଟ ଆଜି ଉଦଯାପିତ ହେଇଛି । ଆଜି ଉଦଯାପନୀ ଦିବସରେ ପ୍ରାୟ ୧୬ ଟି ଖେଳ କୁଦ ଇଭେଣ୍ଟ ହୋଇଥିଲା । ଗ୍ରୁପ ଚାମ୍ପିୟନ ପୁରୁଷ ବର୍ଗ ରେ ସିମିଳିଗୁଡା କଲେଜ ହୋଇଥିବା ବେଳେ ବ୍ୟକ୍ତିଗତ ଚମ୍ପିୟାନ ଭାବେ ପାରଳାଖେମୁଣ୍ଡି ଏସ କେ ସି ଜି କଲେଜର ନିର୍ମଳ ଜେନା ସଟ ପୁଟ ଥ୍ରୋ ,ଡିସ୍କୋସ ଥ୍ରୋ ଓ ହାମର ଥ୍ରୋ ରେ ୧ମ ସ୍ଥାନ ଅଧିକାର କରି ଚମ୍ପିୟନ ଘୋଷଣା କରାଯାଇଛି । ରାଇକିଆ ଜେ.ଜେ. ମହାବିଦ୍ୟାଳୟର ଆକାଶ ସିଂ ୧୫୦୦ ମିଟର ଦୌଡରେ ଗତ ବର୍ଷର ରେକର୍ଡ ଭଙ୍ଗ କରିଛନ୍ତି ।

ସେହିପରି ମହିଳା ବର୍ଗରେ ଗ୍ରୁପ ଚମ୍ପିୟନ ଭାବେ ଶିମିଳିଗୁଡ଼ । କଲେଜ ହୋଇଥିବା ବେଳେ ବ୍ୟକ୍ତିଗତ ଚମ୍ପିୟନ ସିମିଳିଗୁଡା କଲେଜର ସମାରି ହାଞ୍ଜିରିଆ ଡିସ୍କାସ ଥ୍ରୋ , ଜାଭଲିଙ୍ଗ ଥ୍ରୋ ରେ ୧ମ , ଉଚ୍ଚଡିଆଁ ରେ ୨ ୟ ଓ ଉମରକୋଟ ପେଣ୍ଡ୍ବ୍ରାଣୀ  ପେଣ୍ଡ୍ରlଣି ମହାବିଦ୍ୟାଳୟର ବବିତା ସାନ୍ତା ୧୦୦ ମି ଦୌଡରେ ୨ୟ , ୨୦୦ ଓ ୪୦୦ ମି ଦୌଡରେ ୧ମ ସ୍ଥାନ ଅଧିକାର କରି ଚମ୍ପିୟନ ଘୋଷଣା କରାଯାଇଛି । ସିମିଳିଗୁଡା କଲେଜର ସମାରି ହାଞ୍ଜିରିଆ ଜାଭଲିଙ୍ଗ ଥ୍ରୋ ରେ ରେକଡ଼ ସୃଷ୍ଟି କରିଛନ୍ତି । ଆଜି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ଭାଗ ନେବାପାଇଁ ପରାମର୍ଶ ଦେଇଥିଲେ । ସମ୍ନାନୀତ ଅତିଥି ଭାବେ ଡ଼. ସତ୍ୟବ୍ରତ ପାତ୍ର, ଜିବି ବୋଡି ସଭ୍ୟ ଜେ.କାମେଶ୍ୱର ରାଓ, ରବି ଚରଣ ମିଶ୍ର, ରାଜେଶ ମହାନ୍ତି, ଡ଼.ବନ୍ଦିତା ପଣ୍ଡା, ଡ଼.ନେହା ପାଣ୍ଡେ, ଡ଼. ଚିନୁ ବହିଦାର, ସୌରଭ ପ୍ରକାଶ ସିଟ, ଲିପ୍ସା ଦାଶ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ ।  ଏଥିରେ ସୁରେନ୍ଦ୍ର କୁମାର ପଟ୍ଟନାୟକ, ସଚ୍ଚିଦାନନ୍ଦ ଦାଶ, ସୁଧାକର ବିଷୋୟୀ, ପ୍ରଶାନ୍ତ କୁମାର ପାଢ଼ୀ, ରାଜେଶ ନାୟକ, ଦୁସମନ୍ତ କୁମାର ପାଢ଼ୀ, ପ୍ରଦୀପ କୁମାର ନାୟକ, ସୁଦାମ ପଣ୍ଡା, କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ରବି ଚରଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।