ତିନିରୁ ଦୁଇ ସଚଳ,ପାଣି ପାଇଁ ତଣ୍ଟି ଶିଖୁଛି
ବ୍ରହ୍ମପୁର,(ଅମିତ୍ କୁମାର ସାହୁ)୧୩/୦୩/୨୩; ବର୍ଷ ସାରା
ବ୍ରହ୍ମପୁରବାସୀଙ୍କୁ ବିଶୁଦ୍ଧ ଥଣ୍ଡା ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ୱାଟର ଏଟିଏମ୍ ସ୍ଥାପନ କରାଯାଇଛି। ସ୍ଥାପନର କିଛି ବର୍ଷ ମଧ୍ୟରେ ଗୋଟିଏ ଅଚଳ ହୋଇପଡ଼ିଛି।ରକ୍ଷଣାବେକ୍ଷଣ ଅଭାବରୁ ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି। ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ କେନ୍ଦ୍ର ବିନ୍ଦୁ କୁହାଯାଉଥିବା ବ୍ରହ୍ମପୁର ସହରକୁ ମାତ୍ର ଦୁଇଟି ୱାଟର ଏଟିଏମ୍ ସମୁଦ୍ରକୁ ଶଙ୍ଖ ଭଳି ମନେ ହେଉଛି। ଏପଟେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ବଜାରରେ ବୁଲିବା ବେଳେ ପାଣି ପାଇଁ ଲୋକଙ୍କ ତଣ୍ଟି ଶୁଖିଯାଉଛି। ଅଚଳ ୱାଟର ଏଟିଏମ୍ ସଚଳ ସାଙ୍ଗକୁ ଅଧିକ ସ୍ଥାପନ କରିବାକୁ ଜନ ସାଧାରଣ ଦାବି ହେଉଛି । ସହରରେ ପାଣି ସମସ୍ୟା ରହିବ ନାହିଁ । ଏହି ସମସ୍ୟା ଦୂର କରିବା ପାଇଁ ଘରକୁ ୨୪ ଘଣ୍ଟିଆ ଜଳ ଯୋଗାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଜାନିବିଲ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ସହରକୁ ବିଭିନ୍ନ କାମରେ ହଜାର ହଜାର ଲୋକ ଆସିଥାନ୍ତି । ବଜାର ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ୩ଟି ୱାଟର ଏଟିଏମ୍ ସ୍ଥାପନ କରାଯାଇଛି। ପୁରୁଣା ବସ୍ୟାଣ୍ଡ୍, ରେଳ ଷ୍ଟେସନ୍ ଆହାର କେନ୍ଦ୍ର ଏବଂ ଅନ୍ନପୂର୍ଣ୍ଣା ମାର୍କେଟ୍ରେ ୱାଟର ଏଟିଏମ୍ ରହିଛି। ପ୍ରତି ୱାଟର ଏଟିମ୍ ପିଛା ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ରାଜସ୍ଥାନର ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି ୱାଟର ଏଟିଏମ୍କୁ ସ୍ଥାପନ କରାଯାଇଥିଲା। କୋଭିଡ୍ ସମୟରେ ତିନିଟି ଯାକ ୱାଟର

ଏଟିଏମ୍ ଅଚଳ ହୋଇଗଲା। ଦୁଇଟି ମରାମତି ହୋଇଥିବାବେଳେ ଆଉ ଗୋଟିଏ ହୋଇପାରି ନାହିଁ ।ପ୍ରତ୍ୟେକ ୱାଟର ଏଟିଏମ୍ ପାଇଁ ଏକ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ରହିଛି। ବିଏମ୍ସି ପକ୍ଷରୁ ପ୍ରତିଦିନ ଉକ୍ତ ଟାଙ୍କିରେ ପାଣି ବ୍ୟାଙ୍କର ଦ୍ବାରା ପାଣି ନେଇ ଭରି କରାଯାଉଛି। ବିଶେଷ କରି ଖରା ଦିନେ ଟାଙ୍କିକୁ ଦୁଇଥର ଭର୍ତ୍ତି କରାଯାଉଛି। ୪ଟି ସ୍ତରରେ ପାଣିକୁ ଶୁଦ୍ଧ କରି ଯୋଗାଇବାର ବ୍ୟବସ୍ଥା ରହିଛି। ପ୍ରଥମେ ୨ ଟଙ୍କାରୁ ୫ଟଙ୍କା ଦରରେ ଏକ ଲିଟର ପାଣି ଦିଆଯାଉଥିଲା। କୋଭିଡ ପରଠାରୁ ବର୍ତ୍ତମାନ ମାଗଣାରେ ଦିଆଯାଉଛି। ସହରକୁ ଆସୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ବେଶ୍ ସହାୟକ ହେଉଛି। ଦକ୍ଷିଣ ଓଡ଼ିଶାର ଏକ ବୃହତ୍ ସହରରେ ମାତ୍ର ଦୁଇଟି ୱାଟର ଏଟିଏମ୍ ଯଥେଷ୍ଟ ହେଉନାହିଁ। ଆଗକୁ ଖରାଦିନ ଆସୁଛି । ଥଣ୍ଡା ବିଶୁଦ୍ଧ ପାଣି ବୋତଲ କିଣି ପିଇବା ସମ୍ଭବ ନୁହେଁ । ସହକାରୀ ନିର୍ବାହୀ ଯନ୍ତ୍ରୀ (ମେକାନିକାଲ) ପ୍ରଭାକର ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ମାଗଣାରେ ପାଣି ଦିଆଯାଉଛି। ୬ମାସ ତଳେ ଦୁଇଟି ୱାଟର ଏଟିଏମ୍ର ଫିଲ୍ମର ବଦଳାଇ ଦିଆଯାଇଥିଲା। ଅଚଳ ହୋଇ ପଡ଼ିଥିବା ଗୋଟିଏ ମେସିନ୍ ମରାମତି କାମ ବାହାର କମ୍ପାନୀ ଦ୍ଵାରା ହୋଇ ପାରିବ। ବର୍ତ୍ତମାନ ଦୁଇଟି ୱାଟର ଏଟିଏମ୍ କୁ ରକ୍ଷଣାବେକ୍ଷଣ କରିବା ପାଇଁ ଏକ ସଂସ୍ଥାକୁ ଦାୟିତ୍ବ ଦିଆଯିବ ବୋଲି ନିଷ୍କରି ହୋଇଛି। ଏନେଇ ଚଳିତ ମାସରେ ପଦକ୍ଷେପ ଗ୍ରହଣ କରାଯିବ।
