You are currently viewing ତାରା ତାରିଣୀ ମନ୍ଦିର ତଳ ପାହାଡ଼ ଜଙ୍ଗଲ ରେ ନିଆଁ, ଆତଙ୍କିତ ସମସ୍ତେ ।
ତାରା ତାରିଣୀ ମନ୍ଦିର ତଳ ପାହାଡ଼ ଜଙ୍ଗଲ ରେ ନିଆଁ, ଆତଙ୍କିତ ସମସ୍ତେ ।

ପୁରୁଷୋତ୍ତମପୁର , ୨୮/୦୨ ,- ( ପ୍ରସନ୍ନ କୁମାର ଦାସ ) -:- ତାରା ତାରିଣୀ ମନ୍ଦିର ତଳ ପାହାଡ଼ ଜଙ୍ଗଲ ରେ ବାହାରଜିଲ୍ଲା ଏବଂ ନିଜ ଗଞ୍ଜାମ ଜିଲ୍ଲା ର କୋଣ ଅନୁକୋଣରୁ ଭକ୍ତ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କରିବା ସହିତ ସେମାନଙ୍କ ପ୍ରଥମ ସନ୍ତାନଙ୍କର ଏହି ପୀଠରେ ଚୁଟି ମୁଣ୍ଡନ କରିଥାନ୍ତି । ତେବେ ସେମାନଙ୍କ ପାଇଁ ମନ୍ଦିର ପରିଚାଳନା କମିଟିଙ୍କ ତରଫରୁ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଉ ନଥିବାରୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ସାରା ଜଙ୍ଗଲ ରେ କୁଢ଼, କୁଢ଼ ଅଳିଆ ଆବର୍ଜନା ପଡିଥିବାରୁ, ଜିଲ୍ଲା ତଥା ବ୍ଳକ ର ଏବଂ ପଞ୍ଚାୟତ ର ସ୍ୱଚ୍ଛ ସର୍ଭେକ୍ଷଣ କେତେଦୂର ଠିକ ବୋଲି ଲୋକେ ପ୍ରଶ୍ନ ପଚାରି ଛନ୍ତି । ଲୋକଙ୍କ ଠାରୁ ପଞ୍ଚାୟତ ଓ ମନ୍ଦିର ସବୁ ପ୍ରକାର ପାନୁ ନେଉଥିଲେ ମଧ୍ୟ ଏହି ସ୍ଥାନକୁ ସ୍ୱଚ୍ଛ ରଖିବାରେ କେତେଦୂର ସଫଳ ହୋଇ ପାରିଛନ୍ତି ଏବଂ ଏତେବଡ ଗୋଟିଏ ପର୍ଯ୍ୟଟନ ପୀଠର ନଗ୍ନ ଚିତ୍ର କୁ ଅନ୍ୟ ଜିଲ୍ଲା ଏବଂ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମାନେ ଏହି ପୀଠର ବିକାଶ ଦେଖି ସେମାନେ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନିକ ଅଫିସର ଙ୍କ ପାରିବା ପଣିଆ ଉପରେ ଆଲୋଚନା କରିଛନ୍ତି | ତେବେ ଆଜି କୌଣସି କାରଣରୁ ଜଙ୍ଗଲ ରେ ନିଆଁ ଲାଗି ଯାଇଥିଲା ବେଳେ ଫାୟାର ବିଭାଗ ତରଫରୁ ଗାଡ଼ି ଧରି ଆସିଥିଲେ ମଧ୍ୟ ଟାଙ୍କି ରେ ପାଣି ନଥିବାରୁ ନିଆଁ ଲିଭାଇବାରେ ବହୁତ ଡେରି ହୋଇଥିଲା ଓ ଲୋକମାନେ ପାଣି ନଧରି କୁଆଡେ ଆସିଥିଲେ ବୋଲି ପ୍ରଶ୍ନ କରିଥିଲେ |