କୋଦଳା (୨୨/୦୪ /୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଆମ ପୋଲିସ ସମିତି ପକ୍ଷରୁ ଆଜି ଦିନ ୧୧ ଘଣ୍ଟା ସମୟରେ ମୁଖ୍ୟ ଟ୍ରାଫିକ୍ ଛକ ତଥା ପୋଲିସ ସହାୟତା କେନ୍ଦ୍ର ଠାରେ ଏକ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜଳଛତ୍ରର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ଜଳଛତ୍ର ଦ୍ବାରା ଉଠା ଦୋକାନୀ, ଗ୍ରାହକ ଓ ଯାତାୟତ କରୁଥିବା ଯାତ୍ରୀ ମାନେ ଉପକୃତ ହେବେ ବୋଲି କହିଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ।ତୃଷାର୍ତ୍ତଙ୍କ ପାଇଁ ଉକ୍ତ ଜଳ ଛତ୍ର ବେଶ୍ ସହାୟକ ହେବ ବୋଲି ବହୁ ଜନସାଧାରଣ ମତ ପ୍ରକାଶ କରିଥିବାବେଳେ କୋଦଳା ଥାନା ପୁଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।
ଏହି କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ସହ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହି ଦହି ପଣା ଓ ଥଣ୍ଡା ପାନୀୟ ଜଳ ପଥଚାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
