You are currently viewing କାର୍ଯ୍ୟରେ ଥାଇ ସପ୍ତମ ଦିନ ହେଲା ଏନ ଏଚ ଏମ କର୍ମଚାରୀ ପିନ୍ଧିଆସୁଛନ୍ତି ହଳଦିଆ ବ୍ୟାଚ
କାର୍ଯ୍ୟରେ ଥାଇ ସପ୍ତମ ଦିନ ହେଲା ଏନ ଏଚ ଏମ କର୍ମଚାରୀ ପିନ୍ଧିଆସୁଛନ୍ତି ହଳଦିଆ ବ୍ୟାଚ

କୋଦଳା , ( ଆଈ.ଯେ.ବି ) – ୧୮/୧୧ – ( କୃଷ୍ଣଚନ୍ଦ୍ର ପଲାଇ ) -:- ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଏନ.ଏଚ.ଏମ କର୍ମଚାରୀମାନେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ଡାକରାରେ ସ୍ଥାୟୀ ନିଯୁକ୍ତି ଉଦେଶ୍ୟରେ ହଳଦିଆ ବ୍ୟାଚ ପରିଧାନକରି ଗତ ୧୨ ତାରିଖରୁ କାର୍ଯ୍ୟକରିଆସୁଛନ୍ତି ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ତରଫରୁ କହିଛନ୍ତି । ପ୍ରକାଶ ଥାଉକି ଏନ.ଏଚ.ଏମ ଅଧୀନରେ ଆୟୁଷ ଡାକ୍ତର, ଆର.ବି.ଏସ.କେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏ ଏନ ଏମ,ଗୋଷ୍ଠୀ ପରିଚାଳକ, ହିସାବ ରକ୍ଷକ ,ତଥ୍ୟ ପରିଚାଳକ, ଏଡ଼ସ ପରୀକ୍ଷା ନିରକ୍ଷକ, ଯକ୍ଷ୍ମା ଓ ମ୍ୟାଲେରିଆ ସୁପରଭାଇଜର ଆଦି ସମସ୍ତେ ଦୀର୍ଘ ବର୍ଷ ହେଲା ଠିକାରେ ସ୍ୱଳ୍ପ ଦରମାରେ କରିଆସୁଛନ୍ତି, ବିଗତ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନ୍ମ ଦିନରେ ଶତାବନ ହଜାର ଠିକା କର୍ମଚାରୀଙ୍କ ସ୍ଥାୟୀ ଚାକିରୀ ହେଲା ବୋଲି ଘୋଷଣା କରିଥିଲେ ଏବଂ କହିଥିଲେକି ଓଡିଶାରୁ ଠିକା ଚାକିରୀର ଅନ୍ତ ଘଟିଲା ,କିନ୍ତୁ ଦୁଃଖର ବିଷୟ ଏହିକିଯେ ସେଇ ଶତାବନ ହଜାର ଠିକା କର୍ମଚାରୀ ମଧ୍ୟରେ ଏନ.ଏଚ.ଏମ ଅଧୀନସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ ସେଥିରୁ ବାଦ ପଡିଛନ୍ତି । ଯଦି ସରକାର କିଛି ନଶୁଣତି ତାହାହେଲେ ୨୧ ତାରିଖରେ ସମୂହ ଭୁବନେଶ୍ୱରରେ ଧାରଣାରେ ବସିବେ ବୋଲି ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ତରଫରୁ ଚେତାବନୀ ଦେଇଛନ୍ତି ।