ହିଞ୍ଜିଳିକାଟୁ;୧୨/୦୧ – ( ସୁରେନ୍ଦ୍ର କୁମାର ନାୟକ ) -:- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତ୍ରିରଙ୍ଗା ସେବା ସଂଘ ଦ୍ୱାରା ଆଜି ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବା ଦିବସ ଅବସରରେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ(ସ୍ଵୟଂଶାସିତ) ହିଞ୍ଜିଳିକାଟୁ ରେ ଏକ ମାଗଣା ରକ୍ତ ପରୀକ୍ଷା ଶିବିର ଆୟୋଜନ କରାଯାଇଛି।ଏହି କାର୍ଯ୍ୟ କ୍ରମ କୁ ସ୍ଥାନୀୟ ପୌରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଯୁବୁଲି ଚରଣ ବେହେରା, ସଙ୍ଘ ଉପସଭାପତି ପ୍ରଭାତ ମହାରଣା, ବର୍ଷୀୟାନ ସାହିତ୍ୟିକ ଡ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଉଦଘାଟନ କରି ଦୀପ ପ୍ରଜ୍ବଳନ କରିଥିଲେ।ରକ୍ତଦାନ କରି ଅନ୍ୟର ଜୀବନର ସ୍ପନ୍ଦନକୁ ଜାରି ରଖିବାରେ ଥାଏ ଅପୂର୍ବ ଆନନ୍ଦ, ଏମିତି ଅନେକ ଜୀବନର ସ୍ପନ୍ଦନ ମିଶି ବିଶ୍ଵ ଆଜି ସ୍ପନ୍ଦିତ ହେଉଛି।

ଏହିଭଳି ମହାନ୍ ଚିନ୍ତାଧାରା ନେଇ ଗତ ୨୦୦୪ ମସିହାରୁ ଅଦ୍ୟାବଧି ସଂଘ ରକ୍ତଦାନ କ୍ଷେତ୍ରରେ ସାମାଜିକ କର୍ତ୍ତବ୍ୟ ଉପଯୁକ୍ତ ଭାବେ ନିର୍ବାହ କରିଆସୁଛି । କିନ୍ତୁ; ଏହି କ୍ଷେତ୍ରରେ ପାଦେ ଆଗକୁ ବଢିବାର ପ୍ରୟାସ ନେଇ ସମଗ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ମାଗଣା ରକ୍ତ ପରୀକ୍ଷା କରିବା ର ଚିନ୍ତାଧାରା ସଂଘର ମହାନତାକୁ ଅଧିକ ରୁଦ୍ଧିମନ୍ତ କରିଛି।ସଂଘ ସଭାପତି ରଞ୍ଜନ କୁମାର ସାହୁ ଙ୍କ ମତ ଅନୁଯାୟୀ,ଏହାଦ୍ବାରା ତୃଣମୂଳ ସ୍ତରରୁ ନୂତନ ରକ୍ତଦାତା ସୃଷ୍ଟି କରାଯିବା ସହିତ ବିରଳ ରକ୍ତଧାରୀଙ୍କୁ ଚିହ୍ନଟ କରିବାରେ ଅଧିକ ସହାୟକ ହେବ।ଯାହା ଆଗାମୀ ଭବିଷ୍ୟତରେ ସମାଜରେ ଦେଖାଯିବାକୁ ଥିବା ରକ୍ତ ସଂଙ୍କଟକୁ ସହଜରେ ଦୂର କରିପାରିବ ବୋଲି ସଂଘ କର୍ମକର୍ତ୍ତା ବୃନ୍ଦ ଦୃଢ଼ ଆତ୍ମ ବିଶ୍ୱାସ ପ୍ରକାଶ କରିଛନ୍ତି। ସାଇ ପାଥୋଲୋଜି ର ପ୍ରମୋଦ କୁମାର ସାହୁ, ଦୀପକ କୁମାର ଗୌଡ, ଏ ମଧୁସୂଦନ ରାଓ ଓ କୃଷ୍ଣ ବେହେରା ଆଜିର କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ ପୂର୍ବକ ସଭିଙ୍କ ରକ୍ତ ପରୀକ୍ଷା କରିବାରେ ସହଯୋଗ କରିଥିଲେ ଓ ୪୫୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରୁଥିଲେ। ସଂଘ ସଦସ୍ୟ ବିଘ୍ନରାଜ ମହାରଣା, ମିଲନ ମୁଦୁଲି, ସରୋଜ ପାତ୍ର, ସତିଶ ସାହୁ, ନୀଳକଣ୍ଠ ସଢ଼ଙ୍ଗି, ରାଜେଶ୍ ପାତ୍ର, ଲୋକନାଥ, ଉତ୍ତମ ମହାରଣା, କାହ୍ନୁ ସାବତ, ଦେବାଶିଷ ପାତ୍ର ଙ୍କ ସମେତ ବହୁ ସଦସ୍ୟ ଅଂଶଗ୍ରହଣ କରି କାର୍ଯ୍ୟକୁ ସଫଳ ରୂପାୟନ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ତ୍ରିରଙ୍ଗା ସେବା ସଂଘର ଏହିଭଳି ଜନ ହୈତେଷି କାର୍ଯ୍ୟକୁ ଦେଖି ସଂଘରେ ଥିବା ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିବାସହ ପ୍ରଶଂସା କରିଥିଲେ ।

