You are currently viewing ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ତୃତୀୟ ସ୍ଥାନ ଅଧିକାର କଲେ ନିମଖଣ୍ଡିପେଣ୍ଠର ଇଁ.ସିପ୍ରା ।
ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ତୃତୀୟ ସ୍ଥାନ ଅଧିକାର କଲେ ନିମଖଣ୍ଡିପେଣ୍ଠର ଇଁ.ସିପ୍ରା ।

ବ୍ରହ୍ମପୁର , ୧୭/୧୨ – ( ପ୍ରଫୁଲ୍ଲ ସାବତ ) -:- ଭୁବନେଶ୍ୱର ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଓଡିଶା ଭାଷା ପ୍ରତିଷ୍ଠାନର ସଂଯୋଜକ ଫାନୀନ୍ଦ୍ର ଭୂଷଣ ନନ୍ଦ ମୁଖ୍ୟବକ୍ତା ଥିଲେ । କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ ଓ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ ।

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୀବନି ବିଷୟରେ ଅତିଥି ମାନେ ନିଜ ମତ ଆଲୋଚନା କରିଥିଲେ ଓ ରାଜ୍ୟସ୍ତରୀୟ ବକୃତା ପରିଯୋଗୀତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଅନେକ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମନେ ନିଜ ନିଜର ବକୃତା ଦେଇଥିଲେ l ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ହା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠର ଇଂ ସିପ୍ରା ରାଣୀ ତ୍ରିପାଠୀ ନିଜର ଅତି ସୁନ୍ଦର ବକୃତା ଦେଇ ସମସ୍ତଙ୍କ ମନମୁଗ୍ଧ କରିଥିଲେ ଓ ମୁଖ୍ୟ ଅତିଥି ପ୍ରସନ୍ନ ପାଟ୍ଟଶାଣୀଙ୍କ ହାତରୁ ତୃତୀୟ ବିଜେତା ଭାବେ ରାଜ୍ୟସ୍ତରୀୟ ପୁରସ୍କାରରେ ପୁରସ୍କୃତ ହେଇଛନ୍ତି ।