ଖଲ୍ଲିକୋଟ : 23/2 ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବସୁଧା ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମ ରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଓ ରାଜନେତା ମାନଙ୍କ ମଧ୍ୟରେ ଆବଶ୍ୟକ ବୁଝାମଣା ଅଭାବ ରୁ ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ପଂଚାୟତ ରେ ପାନୀୟ ଜଳ ସଙ୍କଟ ଦେଖା ଦେବା ସହ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି |ମାଘ ମାସ ରେ ବୈଶାଖ ର ତାତି ଅନୁଭୂତ ହେବା ସାଙ୍ଗକୁ ଭୁତଳ ଜଳ ସ୍ତର କମିଯିବା ଫଳରେ ଗ୍ରୀଷ୍ମ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଦେଖାଦେଲାଣି |ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର ବିଭିନ୍ନ ଗ୍ରାମରେ 84 ଗୋଟି ପାନୀୟ ଜଳ ପ୍ରକଳ୍ପ ଥିବା ବେଳେ କେଉଁଠି ଯାନ୍ତ୍ରିକ ତ୍ରୁଟି କେଉଁଠି ବିଜୁଳି ସଂଯୋଗ ଓ କେଉଁଠି ମରାମତୀ ଅଭାବରୁ ପ୍ରାୟ ଅର୍ଦ୍ଧାଧିକ ପାନୀୟ ଜଳ ପ୍ରକଳ୍ପ ବନ୍ଦ ହୋଇଥିବା ବେଳେ 34 ଗୋଟି ସୋଲାର ପାନୀୟ ଜଳ ପ୍ରକଳ୍ପ ରହିଛି |ସେହିପରି ବ୍ଲକ ର 1200 ନଳକୂପ ରହିଛି |ତଥାପି ଗ୍ରାମାଞ୍ଚଳ ବାସି ମାନେ ବିଶୁଦ୍ଧ ପାନୀୟ ଜଳ ରୁ ବଂଚିତ ହେଉଥିବା ଦେଖିବାକୁ ମିଳିଛି |ମରାମତି ଓ
ରକ୍ଷଣ|ବେକ୍ଷଣ ବାବଦକୁ ଆସୁଥିବା ଅର୍ଥ ଠିକ ଭାବେ ମଧ୍ୟ ବିନିଯୋଗ ହେଉନଥିବା ଅଭିଯୋଗ ହୋଇଛି |ସର୍ବୋପରି ଖଲ୍ଲିକୋଟ ବ୍ଲକ ର ଚିଲିକା କୂଳରେ ଥିବା 5 ଗୋଟି ପଂଚାୟତ ର ପ୍ରାୟ 20 ହଜାର ଲୋକ ବର୍ଷ ତମାମ ପାନୀୟ ଜଳ ସଙ୍କଟ ର ଶିକାର ହୋଇ କ୍ଷାର ଯୁକ୍ତ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି | ପାହାଡ଼ ଘେରା ଖଲ୍ଲିକୋଟ ବ୍ଲକ ର ପାନୀୟ ଜଳ ସମସ୍ୟା କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର 148 ଗୋଟି ଗ୍ରାମ କୁ ଶାଳିଆ ଜଳସେଚନ ପ୍ରକଳ୍ପ ରୁ ପମ୍ପିଙ୍ଗ ଯୋଗେ ଜଳ ଯୋଗାଣ ପାଇଁ 115 କୋଟି ଟଙ୍କା ବିନିଯୋଗ 10 -11-21 ରେ କେ ଇ ସି କମ୍ପାନୀ ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇ 17-11-23 ସୁଦ୍ଧା ପ୍ରକଳ୍ପ ଶେଷ କରିବା ପାଇଁ ଠିକାଦାର ଙ୍କ ସହ ଚୁକ୍ତିନାମା ହୋଇଥିଲା |ଈତି ମଧ୍ୟରେ ତିନି ମାସ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ କେବଳ ପ|ଇପ ବିଛା ଓ ଓଭରହେଡ଼ ଟାଙ୍କି ନିର୍ମାଣ ରେ ସୀମିତ ରହିଛି |ଜଳ ସଂରକ୍ଷଣ ପାଇଁ ଟ୍ରିଟମେଣ୍ଟ କାମ ଆରମ୍ଭ ହୋଇପାରିନି |ଯା ଫଳରେ ବ୍ଲକ ର 1,57,466 ଜଣ ହିତାଧିକାରୀ ମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି | ଏଣେ ପାନୀୟ ଜଳ ପ୍ରକଳ୍ପ ର ନିର୍ମାଣ ଖର୍ଚ୍ଚ ବଢ଼ି ଚାଲିଥିବା ବେଳେ ଠିକାଦାର ନିର୍ମାଣ କାର୍ଯ୍ୟ ପାଇଁ ଅନୁମୋଦିତ ଅର୍ଥ ରୁ 50 ଅର୍ଥ ବିଲ କରି ନେଲେଣି | ତେଣୁ ଶାଳିଆ _ଖଲ୍ଲିକୋଟ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଏବେବି ଆଶଙ୍କା ବଢ଼ି ଚାଲିଛି |ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଂଚାୟତ କମଳା ପଦର ଗ୍ରାମରେ ବର୍ଷ ତମାମ ପାନୀୟ ଜଳ ସଙ୍କଟ ଲାଗି ରହିବା ଫଳରେ ଗ୍ରାମର ମହିଳା ମାନେ ପ୍ରତିଦିନ ଦେଢ଼ କିଲୋମିଟର ପାଦରେ ଚାଲି ଚାଲି ବିଲ ମାଳ ମାନଙ୍କ ରେ ଥିବା କୂଅ ଓ ପୋଖରୀ ମାନଙ୍କ ରୁ ପିଇବା ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି |

ଏ ସମ୍ପର୍କରେ ପ୍ରଶାସନ କୁ ବାରମ୍ବାର ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରଛନ୍ତି |ନିର୍ବାଚନ ଆସିଲେ ନେତା ମାନେ ପ୍ରତିଶୃତି ର ବର୍ଷା କରୁଥିବା ବେଳେ ସ୍ୱାଧୀନତା ର 75 ବର୍ଷ ପରେ ବି ମୁନ୍ଦାଏ ବିଶୁଦ୍ଧ ପାଣି ପାଇଁ ଡହକ ବିକଳ ହେବାକୁ ପଡ଼ୁଛି |
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
