କୋଦଳା : ୧୫/୦୧/୨୦୨୩
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ସୁମଣ୍ଡଳ ଗ୍ରାମ ପଞ୍ଚାୟତ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ରବିବାର ଆୟୋଜନ ହୋଇଛି। ଉକ୍ତ ଶିବିରକୁ ସରପଞ୍ଚ ଶିବ ଶଙ୍କର ବାରିକ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଦକ୍ଷ ନଥିପତ୍ର ପରିଚାଳିକା ତଥା ଏମ ବି କେ ସୁଜାତା ପ୍ରଧାନ, ଗୋଷ୍ଠୀ ସଂଯୋଜିକା ପୁଷ୍ପାଞ୍ଜଳି ମହାନ୍ତି ଓ ସୁମଣ୍ଡଳ ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।
ଏଥିରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କ ଭାବେ କରାଯାଇଛି। ମୋଟ ୮୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୬ ଜଣଙ୍କୁ ଚସମା ପ୍ରଦାନ କରାଯାଇଛି। ମୋଟ ୩୧ ଜଣଙ୍କୁ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ୩୧ ଜଣ ଙ୍କୁ ଅସ୍ତ୍ରୋପଚାର ସହ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ସେହିପରି ମୋଟ ୨୧ ଜଣଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରାଯାଇ ଫଟୋ ସଂଗ୍ରହ କରାଯାଇଛି। ୯ ଜଣଙ୍କର ରେଟୈନା ଚେକ୍ ମଧ୍ୟ କରାଯାଇଥିବା ସୂଚନା ମିଳିଛି। ଏଥିରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ଯାମ୍ପ ମ୍ଯାନେଜର ନଳିନୀ କାନ୍ତ ରାଉତ, ଇ. କାମେଶ୍ଵରୀ, ମିସ୍ ରୋଜା ପ୍ରଧାନ , ମିସ ଗାୟତ୍ରୀ ରାଉତ , ମିସ ପ୍ରଜନୀ ରଇତ, ଚକ୍ଷୁ ଟେକ୍ନିସିଆନ୍ ଏନ୍ ମୁନା ଶିବିରକୁ ପରିଚାଳନା କରିଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
