You are currently viewing ଗ୍ରାମର ଷ୍ଟ୍ରିଟ ଲାଇଟ କଟାକୁ କେନ୍ଦ୍ରକରି ଦୁଇପରିବାର କୁ ବାସନ୍ଦ, ଗାଁ ଦାଣ୍ଡରେ ଘଣ୍ଟ ବଜାଇ ଢେଣ୍ଡୁରା ଦେବା ଭିଡ଼ିଓ ହେଉଛି ଭାଇରଲ ।
ଗ୍ରାମର ଷ୍ଟ୍ରିଟ ଲାଇଟ କଟାକୁ କେନ୍ଦ୍ରକରି ଦୁଇପରିବାର କୁ ବାସନ୍ଦ, ଗାଁ ଦାଣ୍ଡରେ ଘଣ୍ଟ ବଜାଇ ଢେଣ୍ଡୁରା ଦେବା ଭିଡ଼ିଓ ହେଉଛି ଭାଇରଲ ।

ପୁରୁଷୋତ୍ତମପୁର, ୨୩/୦୨ – ( ପ୍ରସନ୍ନ କୁମାର ଦାସ ) -:- ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇ ପରିବାର କୁ ସାମାଜିକ ବାସନ୍ଦ l କିଛି ମାସହେଲା ଏହି ବାସନ୍ଦ ଦୁଃଖ ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ସାର୍ଗୁଣାପଲ୍ଲୀ ଗ୍ରାମ ର ପ୍ରଫୁଲ୍ଲ ନାହାକ ଓ ଉମା ଦାସ ଙ୍କ ପରିବାର l ଗ୍ରାମ ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ ଲାଇନମ୍ୟାନ୍ କାଟିଦେବାରୁ ପ୍ରଫୁଲ୍ଲ ଙ୍କ ପରିବାରକୁ ଗ୍ରାମବାସୀ ଦୋଷ ଦେଇ ସାମାଜିକ ବାସନ୍ଦ ଓ ଅର୍ଥ ଦଣ୍ଡ କରିଥିବା ବେଳେ ଏମାନଙ୍କ ସହିତ ଉମା ଙ୍କ ପରିବାର ସମ୍ପର୍କ ରଖୁଥିବାରୁ ସେହି ପରିବାରକୁ ମଧ୍ୟ ବାସନ୍ଦ କରାଯାଇ ଗାଁ ଦାଣ୍ଡରେ ଘଣ୍ଟ ବଜାଇ ଢେଣ୍ଡୁରା ପକାଯାଇଛି । ଏହି ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟ ପକ୍ଷକୁ ଡାକି ବୁଝା ସୁଝା କରିଛି l ଗତ ଅକ୍ଟୋବର ମାସରେ ଉମା ଙ୍କ ଘର ପାଖରେ ରହିଥିବା ବିଦ୍ୟୁତ ଖୁଣ୍ଟ ରେ ଲାଗିଥିବା ଅଚଳ ଷ୍ଟ୍ରିଟ ଲାଇଟ ସଜାଡି ବାକୁ ଆସିଥିବା ଲାଇନ ମ୍ୟାନ ଷ୍ଟ୍ରିଟ ଲାଇଟ ତାର ଖୋଲା ଛାଡ଼ିଦେଇ ଚାଲି ଯାଇଥିଲେ l ବିଦ୍ୟୁତ ଖୁଣ୍ଟ ଟି ଲୁହା ର ହୋଇଥିବା ଯୋଗୁଁ ଛୋଟ ଛୋଟ ଶିଶୁ ଏହି ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶ ରେ ଆସି ବିଦ୍ୟୁତ ଆଘାତ ଲାଗିବା ଭୟ ରହୁଥିଲା l ଏହାକୁ ଦେଖି ଉମା ଙ୍କ ଭଣଜା ଯୁଧିଷ୍ଠିର ଲାଇନ ମ୍ୟାନ ଙ୍କୁ ଜଣାଇଥିଲେ l ଲାଇନମ୍ୟାନ ଷ୍ଟ୍ରିଟ ଲାଇଟ ର ତାର ଯୋଡିବା ବଦଳେ ଗ୍ରାମର ସମସ୍ତ ଷ୍ଟ୍ରିଟ୍ ଲାଇଟ୍ କାଟି ଦେଇଥିଲେ l ଫଳରେ କିଛିଦିନ ଗ୍ରାମ ଅନ୍ଧାର ରେ ରହିଥିଲା l ଏଥିପାଇଁ ଗ୍ରାମବାସୀ ଯୁଧୁଷ୍ଠିରଙ୍କୁ ଦାୟୀ କରି ଗ୍ରାମସଭା ଡକାଇ ତାଙ୍କୁ ୨୫ ହଜାର ଟଙ୍କା ଜୋରିମାନା କରିଥିଲେ । କିଛି ଟଙ୍କା ଯୁଧୁଷ୍ଠିର ପ୍ରଦାନ କରିଥିବା ବେଳେ ତାଙ୍କ ବାପାଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁଁ ବଳକା ଟଙ୍କା ପ୍ରଦାନ କରିପାରିନଥିଲେ। ଫଳରେ ଗ୍ରାମ୍ୟ କମିଟି ପକ୍ଷରୁ ଯୁଧୁଷ୍ଠିରଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା। ଏବଂ ତାଙ୍କ ପରିବାର ସହିତ କେହି କଥାନହେବାକୁ ବାରଣ କରାଯାଇଥିଲା l ତେବେ ମାମୁ ଉମା ଦାସଙ୍କ ପରିବାର ଯୁଧୁଷ୍ଠିରଙ୍କ ପରିବାର ସହ ସମ୍ପର୍କ ରଖୁଥିବା ଜାଣି ଗତ ୧୫ ତାରିଖରେ ଉମାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ଢେଣ୍ଡୁରା ଦିଆଯାଇ ଥିଲା । ଉଭୟ ଯୁଧୁଷ୍ଠିର ଓ ଉମାଙ୍କ ପରିବାର ଗତ ୧୬ ତାରିଖରେ ପୁରୁଷୋତ୍ତମପୁର ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଥିଲେ l

ଏହି ଘଟଣା ରେ ପୋଲିସ ଏକ ମାମଲା ରୁଜୁ କରି ଗ୍ରାମରେ ସାନ୍ତି ପ୍ରତିଷ୍ଠା ନିମନ୍ତେ ପୁରୁଷୋତ୍ତମପୁର ଏସଡିପିଓ ଉଭୟ ପକ୍ଷ ଙ୍କୁ ଥାନା କୁ ଡାକି ମିଳିମିଶି ରହିବାକୁ ପରାମର୍ଶ ଦେଇଥିବା ବେଳେ ବହୁ ଚେଷ୍ଟା ପରେ ମଧ୍ୟ ଘଟଣା ନେଇ ଏସଡିପିଓ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ଅନ୍ୟପଟେ ଗ୍ରାମ ସଭାପତି ବା ବେହେରା କହିଛନ୍ତି ଆମେ କାହାକୁ ଦଣ୍ଡ ଦେଇନାହୁଁ l କାହା ବିରୋଧ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ l କରିଥିବା ଭୁଲ କୁ ମାନିବା ସହିତ ସଂଶୋଧନ କରିବାକୁ ଗ୍ରାମ କମିଟି ଏହି ଭଳି ନିଷ୍ପତି ନେଇଥିବା କହିଛନ୍ତି ।