You are currently viewing ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଚିତ୍ତରଞ୍ଜନ
ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଚିତ୍ତରଞ୍ଜନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ବୁଧବାର ଦିନ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଚିତ୍ତରଞ୍ଜନ ଦାସ। ପୂର୍ବରୁ କାର୍ଯ୍ୟରତ ରହିଥିବା ବିଡ଼ିଓ ହଳଧର ଶବରଙ୍କୁ ଚିକିଟି ବ୍ଲକକୁ ବଦଳି ହୋଇଥିଲା । ତେବେ ଦୀର୍ଘ ମାସ ହେଲା ଶ୍ରୀ ଶବର ଉଭୟ ଚିକିଟି ଓ ଦିଗପହଣ୍ଡି ବ୍ଲକର ଦାୟିତ୍ଵ ସମ୍ଭାଳି ଆସୁଥିଲେ। ଆଜି ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ପୂର୍ବରୁ ଛତ୍ରପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ବୁଧବାର ପୂର୍ବାହ୍ନରେ କାର୍ଯ୍ୟାଳୟରେ ଯୋଗ ଦେବାପରେ ପୂର୍ବତନ ବିଡ଼ିଓ ଶ୍ରୀ ଶବର ନବାଗତ ବିଡ଼ିଓଙ୍କୁ ଦାୟିତ୍ଵ ଭାର ପ୍ରଦାନ କରିଥିଲେ । ଏହାପରେ ସ୍ଥାନୀୟ ବ୍ଳକ ସଭାଗୃହ ପରିସରରେ ବିଡ଼ିଓ ଶ୍ରୀ ଶବରଙ୍କ ଉପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ରଥ , ସହକାରୀ ଯନ୍ତ୍ରୀ ଇଂ . ରାଜୀବ ପ୍ରଧାନ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତା ନବାଗତ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଦିଗପହଣ୍ଡି ବ୍ଳକର ସମସ୍ତ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ବାରୋପ ରହିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ଅନୁପ୍ରାଣିତରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଯେଭଳି ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚି ପାରିବ । ଯାଦ୍ବାରା ପ୍ରକୃତ ଗରିବ ହିତାଧିକାରୀ ମାନେ ଉପକୃତ ହୋଇପାରିବେ ବୋଲି ନିଜ ପ୍ରତିକ୍ରିୟାରେ ଦାୟିତ୍ଵ ଗ୍ରହଣ କରିଥିବା ଅଧିକାରୀ କହିଛନ୍ତି। ( ରିପୋର୍ଟ ଦିଗପହଣ୍ଡି ରୁ କିରଣ କୁମାର ବେହେରା)