You are currently viewing ଗଞ୍ଜାମ ଟାଇଗର ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା।
ଗଞ୍ଜାମ ଟାଇଗର ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା।

ଗଞ୍ଜାମ ଟାଇଗର ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ତାଙ୍କର ପୈତୃକ ଗ୍ରାମ ଢୁଙ୍କାପଡାରେ ଆୟୋଜିତ ହୋଇଥିଲା ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଏବଂ ସ୍ମୃତି ଚାରଣ ସଭା। ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା କୋଦଳା ବିଧାନସଭା ଆସନରୁ ଛଅ ଛଅ ଥର ବିଧାୟକ ହୋଇଥିଲେ । ୧୯୭୧ ମସିହାରେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ବିଧାନସଭା ଆସିଥିଲେ । ୧୯୭୭-୧୯୮୦ ଯାଏ ଜନତାରୁ ବିଧାୟକ ହୋଇଥିଲେ । ୧୯୮୫ରୁ କ୍ରମାଗତ ତିନି ଥର ୨୦୦୦ ମସିହା ଯାଏ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ ।
ବିଭିନ୍ନ ସରକାରରେ ସେ ଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ଅର୍ଥ, ଗ୍ରାମାଞ୍ଚଳ ବିକାଶ, କୃଷି, ଯୋଜନା ଓ ସମନ୍ୱୟ ମନ୍ତ୍ରୀ । ୧୯୯୮ ଫେବ୍ରୁଆରୀରୁ ନଭେମ୍ବର ଯାଏ ସେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ପୈତୃକ ଗ୍ରାମରେ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାମକୃଷ୍ଣଙ୍କ ଜୀବନୀ ଉପରେ ଆଲୋକପାତ କରିଛନ୍ତି।
ଗଂଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।