ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତରେ ଗ୍ରାମକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ଉଦ୍ଦେଶ୍ୟରେ ସୋମବାର ଠାରୁ ୫ ଦିନ ବ୍ୟାପୀ ପଞ୍ଚାୟତ ସ୍ତରୀୟ ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ପ୍ରଚେଷ୍ଟାରେ ଆୟୋଜିତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମରେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ସୁଚସ୍ମିତା ଚୌଧୁରୀ , ଜିଲ୍ଲା ସଂଯୋଜକ ବିଦେଶୀ ଜେନା ,।

ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପୂର୍ଣ୍ଣଚନ୍ଦ୍ର ସେଠୀ , ପ୍ରଫୁଲ୍ଲ ମିଶ୍ର , ତଲା ସିଂ ମେଡିକାଲ ଅଫିସର ଏସ୍ . ଶିବପ୍ରସାଦ ପାତ୍ର , ସିଏଚଓ ପ୍ରଭାତ କୁମାର ସାହୁ , ସୁକାନ୍ତି ବେହେରା , ସହକାରୀ ଆୟୁର୍ବେଦ ଚିକିତ୍ସକ ବିଜୟଲକ୍ଷ୍ମୀ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ଏହି ପାଞ୍ଚଦିନ ସମସ୍ତ ଅଙ୍ଗନୱାଡ଼ି , ଆଶାକର୍ମୀ , ମେଡିକାଲ ଅଫିସର , ୱାର୍ଡ ସଭ୍ୟ , ଶିକ୍ଷକ ମାନେ ଶୋଭାଯାତ୍ରାରେ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନତା କରାଇବା ସହ ରୋଗୀ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କଫ ନମୁନା ସଂଗ୍ରହ କରି ପରୀକ୍ଷା ପରେ ତାହାର ସଠିକ ନିରାକରଣ କରାଯାଇ ଔଷଧ ପ୍ରଦାନ କରିଯିବ ବୋଲି କହିଥିଲେ ।

ଯାହାଫଳରେ ଆସନ୍ତା ୬ ମାସ ମଧ୍ୟରେ କଇଠଖଣ୍ଡି ପଞ୍ଚାୟତକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିବା ସହ ଶପଥ କରାଯାଇଥିଲା । ପ୍ରଥମ ଥର ପାଇଁ ପଞ୍ଚାୟତରେ ସରପଞ୍ଚ ଶ୍ରୀ ଗୈାଡ ଏଭଳି କାର୍ଯ୍ୟ କରିଥିବାରୁ ପଞ୍ଚାୟତ ବାସୀ ଖୁବ୍ ପ୍ରଶଂସା କରିଥିଲେ । ଏପରିକି ସରପଞ୍ଚ ଆମ ପଞ୍ଚାୟତ ପାଇଁ ଗୈାରବ ବୋଲି ଗ୍ରାମବାସୀ କହିଥିଲେ ।

ଦିଗପହଣ୍ଡି ପ୍ରତିନିଧି – କିରଣ କୁମାର ବେହେରା
