ଗଞ୍ଜାମ: ୨ୟ ଥର ପାଈଁ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଦେଶର ସ୍ବଛ ସର୍ବେକ୍ଷଣ ରେ ଦେଶର ୪୬ ତମ ସ୍ଥାନରେ ରହି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ପାଇଛି | ଏକଲକ୍ଷ ଜନସଂଖ୍ୟା ରୁ କମ ଓ ୧୫ ହଜାର ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ସ୍ବଛ ସହର ଭାବେ ଭାରତର ପୂର୍ବାଞ୍ଚଳ ଜୋନ ର ଏକ ନମ୍ବର ସ୍ବଛ ଓ ସୁନ୍ଦର ସହର ଭାବେ ସ୍ଥାନ ପାଇବା ସହ ରାଜ୍ୟର ପ୍ରଥମ ସ୍ବଛ ସହର ଭାବେ ଯୋଗ୍ୟ ବିବେଚିତ ହୋଇଛି |

ଦିଲ୍ଲୀରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ଦୀପା କୁମାରୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧୂକାରୀ କୁଲଦୀପ କୁମାର,ସାନିଟେସନ ଏକ୍ସପୋର୍ଟ ବାଳକୃଷ୍ଣ ନାୟକ,ରାଜ୍ୟ ନୋଡାଲ ଅଫିସର ତଥା ଅତିରିକ୍ତ ସଚିବ ଦେବାଶିଷ ଶିଂ ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଛନ୍ତି | ୨ୟ ଥର ପାଈଁ ଚିକିଟି NAC ପୁରସ୍କାର ପାଇଥିବାରୁ ବିଜ୍ଞାପିତ ଅଞ୍ଚଳ ବାସିନ୍ଦା, NAC ର କର୍ମଚାରୀ ଓ ସ୍ଥାନୀୟ ରାଜନୈତିକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି |

କର୍ମଚାରୀ ମାନେ ସେମାନଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରି କରି କାର୍ଯ୍ୟାଳୟ ଠାରେ ମିଠା ବାଣ୍ଟି ସ୍ବାଗତ କରିଥିଲେ ଏହି ସମୟରେ ଯେ, ଇ ସାର୍, ରଣା ସାର୍, ସିଦ୍ଧାର୍ଥ ଓ ଗଙ୍ଗା ଧର ମିଶ୍ର ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲ୍ଲା ରୁ IJB NEWS
