ଆସିକା , ୨୪/୦୩ -:- ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମିନା ଠାରେ ନିମିନା ସେବା ସମବାୟ ସମିତି ଲିଃ ପକ୍ଷରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁପଦର ସରପଞ୍ଚ ଭବାନୀ ଶଙ୍କର ମଳିକ (ଟୁଟୁ ଭାଈ) ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ୍ ନିର୍ଦ୍ଦେଶକ ପ୍ରମୋଦ ସ୍ଵାଇଁ ଏବଂ ଆସିକା ଶାଖା ମ୍ୟାନେଜର ନିରଞ୍ଜନ ନାୟକ ସମେତ ନିମିନା ସମବାୟ ସମିତି ସଭାପତି ଭଗବାନ ନାୟକ, ସମସ୍ତ ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକା ସହ ଗ୍ରାମର ବହୁ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ଥିଲେ ।

