You are currently viewing <em>ବେଣ୍ଟକାର ହାଇସ୍କୁଲ ୧୯୮୪ ଵ୍ୟାଚ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା</em>
ବେଣ୍ଟକାର ହାଇସ୍କୁଲ ୧୯୮୪ ଵ୍ୟାଚ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା

କଟକ ସଦର(୧୩/୨) ୪୨ ମୌଜା ଥାନା ଅର୍ନ୍ତଗତ ବେଣ୍ଟକାର ହାଇ ସ୍କୁଲର ୧୯୮୪ ବ୍ୟାଚ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଓ ବଣଭୋଜି ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରୀରାମ କାଠଯୋଡି ନଦୀକୂଳରେ ପ୍ରାକୃତିକ ପରିବେଶପୂର୍ଣ୍ଣ ବଂଶୀଧର ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ୧୯୮୬ ମସିହା ଛାତ୍ରଛାତ୍ରୀମାନେ ଏହି ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସପରିବାର ଯୋଗ ଦେଇଥିଲେ। ଏହି ବନ୍ଧୁମିଳନ ଅବସରରେ ଉପସ୍ଥିତ ନେତୃମଣ୍ଡଳୀ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଜଙ୍ଗଲ ସୃଷ୍ଟି ଅଭିଯାନକୁ ଭୂୟସୀ ପ୍ରଶଂସା କରିବା ସହିତ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ବଣଭୋଜି କାର୍ଯ୍ୟକ୍ରମକୁ ବ୍ୟାଚ୍ ସାଥୀ କାର୍ତ୍ତିକ ଚନ୍ଦ୍ର ପଣ୍ଡା ସୁଚାରୁରୂପେ ସମ୍ପାଦନା କରିଥିଲେ।