ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସରରେ ମଙ୍ଗଳବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଦଳା ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ଉଦଘାଟନ କରିଥିଲେ। କଞ୍ଚଣା ସରକାରୀ ଉର୍ନତି ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ। ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ ବୋଲି କହି ରକ୍ତଦାତାଙ୍କୁ ଉସ୍ଛାହିତ କରିଥିଲେ ଥାନା ଅଧିକାରୀ ଉମାକାନ୍ତ ସାହୁ ।
ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ସମସ୍ତ ପୋଲିସ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। ରକ୍ତ ଅଭାବ ଜନିତ ମୃତ୍ୟୁ କୁ ରୋକିବା ସହ ସମାଜରେ ରକ୍ତଦାନ କରି ଏକ ସୁସ୍ଥ ପରମ୍ପରା ସୃଷ୍ଟି ପାଇଁ ସମସ୍ତେ ଆଗକୁ ବଢ଼ିବାକୁ ଥାନା ଅଧିକାରୀ ଉମାକାନ୍ତ ସାହୁ ଆହ୍ବାନ ଦେଇଥିଲେ ।ଉକ୍ତ ଶିବିରରେ ୧୦୦ ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
