You are currently viewing ଢ଼ାମଣାଖୋଲ ବିଶ୍ୱକର୍ମା ସମାଜ ରଥବଂଶ ର ସତର ତମ ବାର୍ଷିକ ସମ୍ମିଳନୀ
ଢ଼ାମଣାଖୋଲ ବିଶ୍ୱକର୍ମା ସମାଜ ରଥବଂଶ ର ସତର ତମ ବାର୍ଷିକ ସମ୍ମିଳନୀ

କୋଦଳା :ବିଶ୍ୱକର୍ମା ସମାଜ ଆଠଗଡ଼ ତାଲୁକା ଖଲାଡି ମୁଠା,ଢମଣାଖୋଲ ରଥବଂଶ ର ସତର ତମ ବାର୍ଷିକ ସମ୍ମିଳନୀ ଗୁରୁବାର ଅପରାହ୍ନ ସମୟରେ କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ସତ୍ୟବାଦୀ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ଖଲାଡି ମୁଠା ସମାଜର ନବନିର୍ବାଚିତ କର୍ମକର୍ତା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ | ରଥବଂଶ ପରିଚାଳନା କର୍ମକର୍ତାଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ସମ୍ପାଦକ ଗୌରାଙ୍ଗ ମହାରଣା,କୋଷାଧକ୍ଷ ଗୋପାଳକୃଷ୍ଣ ମହାରଣାଙ୍କ ଦ୍ୱାରା ବୈଠକର ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା | ସଭା କାର୍ଯ୍ୟ ପ୍ରାରମ୍ଭରେ ଦ୍ବୀପ ପ୍ରଜ୍ଜ୍ୱଳନ କରିବା ସହ ନିରବ ପ୍ରାର୍ଥନା କରାଯାଇଥିଲା | ମୁଖ୍ୟ ଅତିଥି ପ୍ରଫୁଲ୍ଲ ଚନ୍ଦ୍ର ମହାରଣା,ମୁଖ୍ୟବକ୍ତା ଦୁତିକୃଷ୍ଣ ମହାରଣା,ସାନମାନିତ ଅତିଥି ଭାବେ ହାଡୁବନ୍ଧୁ ମହାରଣା,ଭରତ ମହାରଣା, ମଦନ ମହାରଣା,ଆନନ୍ଦ ମହାରଣା, ଜଗନ୍ନାଥ ମହାରଣା,ସନ୍ତୋଷ ମହାରଣା, ପ୍ରଭାକର ମହାରଣା ପ୍ରମୁଖ ଉପସ୍ଥିତ ରହି ସମାଜର ବିଭିନ୍ନ ସମସ୍ୟା ଏବଂ ସମାଜର ଉନ୍ନତି ନିମନ୍ତେ ସମସ୍ତ ବିଷୟରେ ଆଲୋକପାତ କରିଥିଲେ |ବୟୋଜ୍ୟେଷ୍ଠ କର୍ମକର୍ତା ଶ୍ରୀ ଲିଙ୍ଗରାଜ ମହାରଣାଙ୍କୁ ସାନମାନିତ କରାଯାଇଥିବା ବେଳେ ଅତିଥିଙ୍କ ଅଭିଭାଷଣ ପରେ ଯୁଗ୍ମ ସମ୍ପାଦକ ଗୋପାଳ କୃଷ୍ଣ ମହାରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।