ସାନଖେମୁଣ୍ଡି ୧୨/୧୧: ଓଡ଼ିଶା ସମେତ ଦେଶ ବିଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଗଞ୍ଜାମ- ଗଜପତି ସୀମାନ୍ତରେ ଥିବା ତପ୍ତପାଣି ଉଷ୍ଣ ଜଳରାଶି ଓ ଗନ୍ଧକ ଯୁକ୍ର ଉତ୍ତପ୍ତ ପ୍ରସବିଣୀ ପରିସର କ୍ଷେତ୍ରରେ ବର୍ଷ ସାରା ପର୍ଯ୍ୟଟକ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଉଥିବା ସ୍ଥଳେ ତପ୍ତପାଣି ର ଆନୁଷଙ୍ଗିକ ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଠାରେ ଟେଲିଫୋନ୍ ବ୍ୟବସ୍ତା ଉପଲବ୍ଧ ହୋଇପାରୁନି। ୨ କୋଟିର ୫ଟି ରୂପାନ୍ତରଣ ଅର୍ଥ ବିନିଯୋଗ କାହାରି ଆଖିକୁ ଦିଶୁନାହିଁ। ଗଞ୍ଜାମ ଗଜପତି କୋରାପୁଟ କୁ ସଂଲଗ୍ନ କରୁଥିବା ଏହି ଆଦିବାସୀ ସଂପ୍ରଦାୟର ପ୍ରମୁଖ ପୀଠର ବିକାଶ ନିମିତ୍ତ ସରକାର ଓ ପ୍ରଶାସନ ଅନ୍ଧ ସାଜିଥିବା ଅଭିଯୋଗ ହୋଇଛି। ତପ୍ତପାଣି ଭଳି ପ୍ରାକୃତିକ ପରିବେଶ ସବୁଜିମା ଓ ଗନ୍ଧକଯୁକ୍ତ ଉତ୍ତପ୍ତ ବାମ୍ଫ ସହ ଗରମ ପାଣିରେ ଶ୍ରଦ୍ଧାଳୁ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥିଲେ ମଧ୍ୟ ଏହି ପୀଠର ସାର୍ବଜନୀନ ବିକାଶ ନିମିତ୍ତ ସରକାର ଆଖି ବୁଜିଦେଇଛନ୍ତି। ପ୍ରଶାସନ ଏହି ପୀଠରେ ମଧୁର ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଅକ୍ଷମ ହୋଇଛି। ପର୍ଯଟନ ୠତୁ ଓ ଧର୍ମ ମାସ ଶୀତ ଛୁଟି ରେ ତପ୍ତପାଣି ରେ ଲକ୍ଷାଧିକ ଜନ ସମାଗମ ଓ ହଜାର ହଜାର ରୋଷେଇ ଖନ୍ଦା ବା କାର୍ତ୍ତିକ ବଣ ଭୋଜି ହେଉଥିଲେ ମଧ୍ୟ ଏଠାରେ ରୋଷେଇ ପାଇଁ ମଧୁର ଜଳ ମିଳୁନାହିଁ । ଶ୍ରଦ୍ଧାଳୁ ଙ୍କ ପାଇଁ ଉତ୍ତପ୍ତ ବାମ୍ଫ କୁଣ୍ଡ ସମ୍ପ୍ରସାରଣ ହୋଇନି।

ମଧୁରପାଣି ପାଇଁ ସମସ୍ତ ସୁଯୋଗ ଥିବା ସତ୍ତ୍ବେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତପ୍ତପାଣି ପୀଠ ପାଇଁ କୌଣସି ବଦାନ୍ୟତା ଓ ମୌଳିକ କର୍ତ୍ତବ୍ୟ ଦେଖାଇନାହିଁ।ଟି ଗୋବିନ୍ଦପୁର ପଞ୍ଚାୟତକୁ ମାଛର ମଝି ଗଡି ଭାବେ ବିବେଚନା କରି କେବଳ ମିଥ୍ୟା ବିଲ୍ ରେ ବେନିୟମ ଅର୍ଥ ଉପାର୍ଜନର ମାଧ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ପର୍ଯ୍ୟଟକ ସାନଖେମୁଣ୍ଡି ର ତପ୍ତପାଣି କୁ ଆସି ସ୍ଥାନୀୟ ପ୍ରଶାସନକୁ ପ୍ରଶଂସାରେ ପୋତି ପକାଉଛନ୍ତି। କାହାରି କାନ କୁହା କଥାରେ ବ୍ଲକ୍ ପ୍ରଶାସନ ବିଶ୍ଵାସ ନକରି ଦୂରଦୃଷ୍ଟି ସମ୍ପନ୍ନ ଜ୍ଞାନ ଆହରଣ କରି ତପ୍ତପାଣି ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।
ରିପୋର୍ଟ ବିନାୟକ ଦାସ
