You are currently viewing ଅନୁଷ୍ଠିତ ହେଲା ଶୈବ ଜନ ସମାବେଶ।ଯୋଡି ହେଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ।।
ଅନୁଷ୍ଠିତ ହେଲା ଶୈବ ଜନ ସମାବେଶ।ଯୋଡି ହେଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ।।

ତା ୮/୧/୨୦୨୩(ଖୋର୍ଦ୍ଧା) ରେ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଶୈବ ଜନ ଜାଗରଣ ସମାବେଶରେ ସଂଘ ସହ ଯୋଡ଼ି ହେଲା ଟାଙ୍ଗୀ ବ୍ଲକ।ଏହି ବ୍ଲକ ଅନ୍ତର୍ଗତ ବଘେଇ ପୁଟ ଶ୍ରୀ ଅନନ୍ତେଶ୍ୱର ମହାଦେବଙ୍କ ପରିସର ରେ ଅନୁଷ୍ଠିତ ଏହି ମହା ସମାବେଶରେ ସଂଘର ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର ଶୈବବିପ୍ର ମାନଙ୍କର ଶିକ୍ଷା ଏବଂ ସଂସ୍କାର ପ୍ରତି ଗୁରୁତ୍ୱ ଆରୋପ କରିବା ସହ ସନାତନ ଧର୍ମର ସୁରକ୍ଷା ଏବଂ ଗୋ ସୁରକ୍ଷା ପାଇଁ ତାଙ୍କ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ।ଖୋର୍ଦ୍ଧା ଜିଲ୍ଲା ସଭାପତି ଶୈବବିପ୍ର ଶରତ କୁମାର ମହାପାତ୍ର ଅତିଥି ମାନଙ୍କ ପରିଚୟ ପରିଚୟ ପ୍ରଦାନ କରିଥିବାବେଳେ ରାଜ୍ୟ ଉପ ସଭାପତି ଅଜୟ କୁମାର ମହାପାତ୍ର ସଂଘର ଆଭିମୁଖ୍ୟ କଥନ କରିଥିଲେ।ପରିଶେଷରେ ଟାଙ୍ଗୀ ବ୍ଲକର ଶତାଧିକ ଶୈବବିପ୍ର ସଦସ୍ୟତା ସ୍ୱୀକାର କରି ସଂଗଠନ ସହ ଯୋଡ଼ି ହୋଇଥିଲେ।ସ୍ଥାନୀୟ ବଘେଇ ପୁଟର ଶୈବବିପ୍ର ମାନେ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ସଭାପତି ଶରତ ମହାପାତ୍ର,ସମ୍ପାଦକ ଅମିତ ମହାପାତ୍ର, ସଞ୍ଜୟ ମହାପାତ୍ର, ଅବିନାଶ ମହାପାତ୍ର, ଯୁଝିଷ୍ଟର ମହାପାତ୍ର, ନୟାଗଡ ସଭାପତି ଅଶୋକ ମହାପାତ୍ର, ସିପୁନ ମହାପାତ୍ର, ରବି ମହାଓ ମାନେ ଉପସ୍ଥିତ ରହିଥିଲେ।