You are currently viewing ବସୁ ପ୍ରହରାଜ ଙ୍କ ୩୨୯ ତମ ଜୟନ୍ତୀ ପୁରୁଷୋତ୍ତମପୁର ସଂସ୍କୃତ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ |
ବସୁ ପ୍ରହରାଜ ଙ୍କ ୩୨୯ ତମ ଜୟନ୍ତୀ ପୁରୁଷୋତ୍ତମପୁର ସଂସ୍କୃତ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ |

ପୁରୁଷୋତ୍ତମପୁର , ୧୧/୦୩ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ସହର ସ୍ଥିତ ବସୁ ପ୍ରହରାଜ ସଂସ୍କୃତ ଉଚ୍ଚ ବିଦ୍ୟଳୟ ରେ ବସୁ ପ୍ରହରାଜ ଙ୍କ ୩୨୯ ତମ ଜୟନ୍ତୀ ଉଛବ ତାଙ୍କର ବଂଶଧର , ନଳିନୀ କାନ୍ତ ମିଶ୍ର, ଅନୁଷ୍ଠାନ ର ସଭାପତି ବାସୁଦେବ ମହାପାତ୍ର, ବରିଷ୍ଠ ଶିକ୍ଷା ବିତ ପ୍ରଫୁଲ କୁମାର ରଥ, ଗୋପାଳ ରାଓ,ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ସ୍କୁଲର ପ୍ରଧାନ ପଣ୍ଡିତ ମୋଚିରାମ ଦାଶ ଙ୍କ ତତ୍ୱାବଧାନ ରେ ଆରମ୍ଭ ହୋଇ ଥିଲା | ବସୁ ପ୍ରହରାଜ ବଡ଼ ଖରିଡ଼ା ବୀର ଜଗନ୍ନାଥ ପୁର ଶାସନ ରେ ଏକ ନୈଷ୍ଟିକ ବ୍ରାହ୍ମଣ ପରିବାର ରେ ୧୬୯୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ | ବୟସ ବଢିବା ସଙ୍ଗେ ସଙ୍ଗେ ସେ ଜଣେ ବିଦ୍ୱାନ, ତନ୍ତ୍ର ସାଧକ, ରୂପେ ପରିଚିତ ହୋଇ ଥିଲେ | ଲୋକ କଥାରେ ରହିଛି, ଦକ୍ଷିଣ ଓଡ଼ିଶାର ପ୍ରତିଷ୍ଠିତ ଇଷ୍ଟ ଦେବୀ ରୂପେ ପରିଚିତ ମା ତାରା ତାରିଣୀ ବସୁ ପ୍ରହରାଜ ଙ୍କ ଘରେ ରହିଥିଲେ | ଚୁଡ଼ି ପିନ୍ଧି ବାପାଙ୍କ ଠାରୁ ଟଙ୍କା ନେଇଯିବୁ ବୋଲି କାଚରା କୁ କହି ଥିଲେ | ଏଥିରୁ ଜଣା ପଡୁଛି ଯେ ମା ତାରାତାରିଣୀ ଙ୍କ ସିଏ ପାଳିତ ବାପା, କିଛି ଦିନ ପରେ ମା ରାଇପୁର ସ୍ଥିତ ଋଷିକୁଲ୍ୟା ନଦୀ ନିକଟ ରନ୍ନ ଗିରି ପାହାଡ଼ ରେ ରହି ଥିଲେ | ତେବେ ଦୁଃଖର ବିଷୟ ଜିଲ୍ଲା ପାଳ କିମ୍ବା ସଂସ୍କୃତି ବିଭାଗ କିମ୍ବା ରାଜ୍ୟ ସରକାର ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ଟିଏ ସ୍ଥାପନ କଲେ ନାହିଁ କିମ୍ବା ଜିଲ୍ଲା ରେ କୌଣସି ଠାରେ ତାଙ୍କର ନାମରେ ମଧ୍ୟ କିଛି ସ୍ଥାପିତ ହୋଇ ନ ପରିବା ବଡ଼ ଦୁଃଖ ଓ ପରିତାପର ବିଷୟ ଅଟେ | ତେଣୁ ରାଜ୍ୟ ସରକାର କିମ୍ବା ରାଜ୍ୟ ସଂସ୍କୃତି ବିଭାଗ ଏହା ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି | ତେବେ ତାଙ୍କ ଗ୍ରାମର ଜଣେ ସମ୍ପର୍କୀୟ ବ୍ୟକ୍ରି ନଳିନୀ କାନ୍ତ ମିଶ୍ର, ପୂର୍ତ୍ତ ବିଭାଗ ର ୱାର୍କ ସରକାର ପର୍ଶୁରାମ ଗୌଡ଼ ଙ୍କ ସହଯୋଗ ରେ ସ୍କୁଲ ଆଗରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ୨ ବର୍ଷ ତଳେ | ତେବେ ସମସ୍ତେ ଚାହାଁନ୍ତି ଏପରି ଜଣେ ସାଧକ, ବିଦ୍ୱାନ, ବରିଷ୍ଠ ଶିକ୍ଷା ବିତଙ୍କ ନାମରେ କିଛି କରାଯାଉ |