You are currently viewing କେଜି ଭି ଵି,ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ
କେଜି ଭି ଵି,ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ମୁନିଗୁଡ଼ା:-ତା ୨୦/୯/୨୦୨୪
ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳୀକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ତଥା ଛାତ୍ରୀ ନିବାସ ପରିଚାଳୀକା ଶ୍ରୀମତୀ ପ୍ରତିମା ବାରିକଙ୍କୁ ଆଜି ତାଙ୍କ ପଦବୀରୁ ନିଲମ୍ବନ କରାଯିବା ସହ ଟିକରପଡାସ୍ଥିତ ରେଳବାଇ କୋଲୋନୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟାଳୟରେ ସ୍ଥିର କରାଯାଇଥିବା ଜଣାପଡିଛି। ଏଠାରେ ପ୍ରକାଶଥାଉକି ଗତ ୧୭ ତାରିଖ ଦିନ ରାୟଗଡ଼ା ଜିଲ୍ଲା ପାଳଙ୍କ ଶ୍ରିମତୀ ପାରୁଲପଟୁଆରୀ ଜନ ଅଭିଯୋଗ ଶୁଣାଣୀ ଶିବିର କୁ ମୁନିଗୁଡ଼ା ଆସିଥିବା ସମୟରେ କୁମୁଡାବାଲିର ଉକ୍ତ ବିଦ୍ୟାଳୟ ପରିଦର୍ଶନକୁ ଯାଇଥିଲେ। ଯେଉଁ ଠାରେ ଛାତ୍ରୀ ମାନେ ପ୍ରତ୍ୟକ୍ଷ ଭାବେ ସାହାସ ସଞ୍ଚୟ କରି ଜିଲ୍ଲା ପାଳ ମହୋଦୟାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରିମତୀ ପ୍ରତିମା। ବାରିକ ଙ୍କୁ ଯାବତୀୟ ଅନିୟମିତତା ଏବଂ ବ୍ୟବହାର ବିଷୟରେ ଖୋଲା ଖୋଲି ଭାବେ ଅବଗତ କରିଥିଲେ। ଏହାକୁ ଆଧାର କରି ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରିଯୁକ୍ତ ବି ଭାଷ୍କର ରାଓ ଓଡ଼ିଶା ନାଗରିକ ସେବା ନିୟମ ୧୯୬୨(୧୨) ଅନୁସାରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ତାଙ୍କର କାର୍ଯ୍ୟାଳୟ ପତ୍ରାଙ୍କ ୧୦୮୨ ମୁତାବକ ନିଳମ୍ବିତ କରିଛନ୍ତି।