ପୁରୁଷୋତ୍ତମପୁର , ୦୫/୦୨ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ଗାଣ୍ଡୁ ଗୌଡ ନାମକ ଜନୈକ ବରିଷ୍ଠ ନାଗରିକ ଙ୍କ ଦେହାନ୍ତ ଖବର ପାଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଆଜି ତାଙ୍କ ବାସ ଭବନରେ ପହଞ୍ଚି ପରବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି ।ମୃତ ଗାଣ୍ଡୁ ଗୌଡ ଙ୍କ ଅମର ଆତ୍ମାର ସଦ୍ ଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।ମୃତ ଗାଣ୍ଡୁ ଙ୍କ ସ୍ତ୍ରୀ ଙ୍କର ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହ କିଛି ଚିନ୍ତା ନକରି ମନ ବଳ କୁ ସୁଦୃଢ଼ ରଖିବା ସକାଶେ ବିଧାୟକ ପରାମର୍ଶ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏସ୍ କୁମାର, ରମେଶ ଗୌଡ,ସୂର୍ଯ୍ୟ ଗୌଡ,ଅନିଲ ବେହେରା, ଶମ୍ଭୁନାଥ ପ୍ରଧାନ, ସନ୍ତଷ ପାଳ,ବଇରି ଗଣପତି,ଅନନ୍ତ ନାଇଡୁ, କାହ୍ନୁପଣ୍ଡା,ହିମାଂଶୁଶେଖର,ମନୋରଞ୍ଜନଦାଶ,ଉଜଳବେହେରା,ସଞ୍ଜୟସ୍ବାଇଁ ଟିକିନା ଗୌଡ, ପ୍ରଭାକର ମହାରଣା,ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ |

