You are currently viewing ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ
ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସରୋଜକୁମାର ପାଠୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦୁଷ୍ମନ୍ତ ଶବର, ଯୁବ ରେଡକ୍ରସ୍ କାଉନସେଲର ଦଣ୍ଡପାଣି ଭୂୟାଁ ଦିବସ ପାଳନର ତାତ୍ପର୍ଯ୍ୟ ଉଦବୋଧନ ଛଳରେ କହିଥିଲେ। ପ୍ରଥମେ ଅତିଥି ମାନେ ସ୍ଵାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ରେ ଧୂପ ଦୀପ ପ୍ରଜ୍ବଳନ କରିଥିଲେ। ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଡ଼ଃ.ସଂଯୁକ୍ତା ନାୟକ, ପ୍ରସନ୍ନ କହଁର, ହମନକୁମାର ଦିବାକା, ସବିତା ଓଝା, ରୂପେଶକୁମାର ତ୍ରିପାଠୀ, ଯୋଗେଶ୍ଵର ଦିଗାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।