You are currently viewing <em>ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ଗଞ୍ଜାମ ଶାଖା ର ସାଧାରଣତନ୍ତ୍ର ଦିବସ ପାଳନ</em>
ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ଗଞ୍ଜାମ ଶାଖା ର ସାଧାରଣତନ୍ତ୍ର ଦିବସ ପାଳନ

ବ୍ରହ୍ମପୁର: ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଂଘ, ଗଞ୍ଜାମ ଜିଲ୍ଲା ଶାଖା ର ବ୍ରହ୍ମପୁର, ଉତ୍କଳ ନଗର ସ୍ଥିତ କାର୍ଯ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଅଛି l ଏହି ଅବସରରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଡାକ୍ତର ରବୀନ୍ଦ୍ର ସେଠି ଓ ଗଞ୍ଜାମ ଶାଖା ସଭାପତି ଡାକ୍ତର ମନୋରଞ୍ଜନ ରଥ ମିଳିତ ଭାବରେ ପତାକା ଉତ୍ତୋଳନ କରିଥିଲେ l ସଂଘର ଗଞ୍ଜାମ ଶାଖା ସାଧାରଣ ସମ୍ପାଦକ ଡାକ୍ତର ଜୟଦେବ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଡାକ୍ତର ମନୋଜ କୁମାର ବେହରା କାର୍ଯ୍ୟକ୍ରମ ଆୟୋଜନ ର ଦାୟିତ୍ୱ ତୁଲାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସଂଘର ଗଞ୍ଜାମ ଶାଖା କୋଷାଧକ୍ଷ ଡାକ୍ତର କିରଣ କୁମାର ପଣ୍ଡିତ, ମୁଖପାତ୍ର ଡାକ୍ତର ମନୋରଞ୍ଜନ ପଣ୍ଡା, ଡାକ୍ତର ଲିଙ୍ଗରାଜ ଶତପଥି ଙ୍କ ସମେତ ଅନ୍ୟାନ୍ୟ ସଦଶ୍ୟ ମାନେ ମଧ୍ୟ ଯୋଗଦେଇଥିଲେ l ସଂଘର ଗଜପତି ଜିଲ୍ଲା ଶାଖା ତରଫରୁ ଡାକ୍ତର ମିଲନ ଅଧିକାରୀ ଅତିଥି ଭାବରେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ସଭାପତି, ସାଧାରଣ ସମ୍ପାଦକ ଙ୍କ ସମେତ ସମସ୍ତ ଉପସ୍ଥିତ ସଦସ୍ୟ ସଂଘର ଏକତା, ନିୟମାନୁବର୍ତ୍ତିତା ତଥା କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ l ଶେଷରେ ସହ ସମ୍ପାଦକ ଡ଼ା ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ lଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।